36.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶବାବା ରାମଦେବଙ୍କୁ ବିରୋଧ, ଏମ୍‌ସ ଡାକ୍ତରଙ୍କ କଳାଦିବସ ପାଳନ ଆଜି

ବାବା ରାମଦେବଙ୍କୁ ବିରୋଧ, ଏମ୍‌ସ ଡାକ୍ତରଙ୍କ କଳାଦିବସ ପାଳନ ଆଜି

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଏଲୋପାଥି ଡାକ୍ତର ଓ ଏହି ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରିବା ପରେ ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍‌ଏ) ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ରେସିଡେଣ୍ଟ ଡାକ୍ତରମାନେ ବାବା ରାମଦେବଙ୍କ ମନ୍ତବ୍ୟର ପ୍ରତିବାଦ ଜଣାଇ ମଙ୍ଗଳବାର କଳାଦିବସ ପାଳନ କରିବାକୁ ଯାଉଛନ୍ତି । ସେମାନେ କହିଛନ୍ତି, ବାବା ରାମଦେବଙ୍କ ବିରୋଧରେ ମହାମାରୀ ଆଇନ୍ ୧୮୯୭ ଅନୁଯାୟୀ ମାମଲା ରୁଜୁ କରାଯାଉ । ବାବା ରାମଦେବଙ୍କ ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ ବୋଲି ଦର୍ଶାଇ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି, ଆମର ସାଥୀ ଡାକ୍ତର ଭାଇମାନେ କରୋନା ଯୋଦ୍ଧା ଭାବେ ଜନସାଧାରଣ ତଥା ଦେଶମାତୃକାର ସେବାରେ ଲାଗିଛନ୍ତି । ଏଥିପାଇଁ ଗର୍ବ ଅନୁଭବ କରିବା ପରିବର୍ତ୍ତେ ବାବା ରାମଦେବ ଏହି ଚିକିତ୍ସା ବ୍ୟବସ୍ଥା ଓ ଏଥିରେ ନିୟୋଜିତ ଡାକ୍ତରଙ୍କ ପାଇଁ ବିବାଦୀୟ ମନ୍ତବ୍ୟ ଦେଇ ଚାଲେଞ୍ଜ ସୃଷ୍ଟି କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ଅବାଞ୍ଛନୀୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking