38.1 C
Bhubaneswar
Friday, April 26, 2024
Homeଓଡିଶାଦକ୍ଷିଣ ରାଉରକେଲା : ସ୍ୱଛତାର ବାର୍ତା, ଭିତରେ ଅସ୍ୱଛ ଚିତ୍ର 

ଦକ୍ଷିଣ ରାଉରକେଲା : ସ୍ୱଛତାର ବାର୍ତା, ଭିତରେ ଅସ୍ୱଛ ଚିତ୍ର 

ରାଉରକେଲା: ସ୍ମାର୍ଟସିିଟିର ଡ଼ିଣ୍ଡିମ ପିଟି ଗୋଟିକ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ ହେଉଛି । କେତେକ କ୍ଷେତ୍ରରେ ଏହି ଯୋଜନା ସଫଳ ଭାବେ ରୂପାୟନ ହୋଇପାରୁଥିବାବେଳେ ଆଉ କେତେକ ଯୋଜନା ବାଟବଣା ହେବା ସାର ହୋଇଛି । ଦୀର୍ଘଦିନ ହେଲା ସହରକୁ ପଲିଥିନମୁକ୍ତ କରିବା ପାଇଁ ଯୋଜନାବଦ୍ଧ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ରରେ ଏହାର ଦେଖାଦର୍ଶନ ମିଳୁନାହିଁ । ଫଳସ୍ୱରୂପ ଏହାର ରୂପାୟନ ସହରରେ ହୋଇ ପାରୁନାହିଁ । ଦକ୍ଷିଣ ରାଉରକେଲାରେ ସ୍ୱଛତାର ସ୍ଲୋଗାନ ଭିତରେ ବିଭିନ୍ନ ସ୍ଥାନରେ ଅସ୍ୱଛର ଚିତ୍ର ଜନସାଧାରଣଙ୍କ ମନକୁ ଆନ୍ଦୋଳିତ କରିଛି । ଦକ୍ଷିଣ ରାଉରକେଲା ଅଂଚଳର ନବକୃଷ୍ଣନଗର,ବାଲିଯୋଡ଼ି,ଭଂଜ କଲୋନୀ,ଆଇଡ଼ିଏଲ କଲୋନୀ,ଗୋପବନ୍ଧୁନଗର,ଧରମଡ଼ିହି ସ୍ମାର୍ଟସିଟି ଅର୍ନ୍ତଭୁକ୍ତ ହୋଇଥିବାବେଳେ ଏଠାକାର ପରିବେଶ ଉପରେ ସେତେଟା ଧ୍ୟାନ ଦିଆଯାଉନଥିବା ଅଭିଯୋଗ ହୋଇଛି ।

ସେହିପରି ଅନୁରୂପ ଭାବେ ସେକ୍ଟର ୨୨ଅନ୍ତର୍ଗତ ଫର୍ଟିଲାଇଜର ଅଂଚଳର ଅବସ୍ଥା ମଧ୍ୟ ସେହିପରି ଦେଖିବାକୁ ମିଳିଛି । ଦକ୍ଷିଣ ରାଉରକେଲା ମଡ଼ର୍ଣ୍ଣଇଣ୍ଡିଆ,ଦେଓଗାଁ,ଟାଙ୍ଗରପାଲୀ ସମେତ ବିଭିନ୍ନ ବସ୍ତି ଯେପରି କଇଁଥାବସା,ଲେଙ୍ଗଡ଼ାବସା,ହାଟିଙ୍ଗଟୋଲା,ଡ଼ାବରବସ୍ତି,ମୁଣ୍ଡାବସ୍ତି ଗୁଡିକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଅପରପକ୍ଷରେ ଲୁଚାଚୋରା ଭାବରେ ପଲିଥିନ ବ୍ୟବହାର କରାଯିବା ଯୋଗୁ ପରିବେଶ ପ୍ରଦୂଷିତ ହେଉଛି । ପଲିଥିନ ସମ୍ପୁର୍ଣ୍ଣ ଭାବେ ବନ୍ଦ ହେବା ସରକାରୀ ଘୋଷଣା ହୋଇ ସାରିଥିଲେ ସୁଦ୍ଧା ଦକ୍ଷିଣ ରାଉରକେଲାରେ ଏହା କେବଳ କାଗଜକଲମରେ ଚାଲୁଥିବା ପରିଲକ୍ଷିତ ହୋଇଛି । ଗତ ୨ ଦିନ ଧରି ବର୍ଷା ହେବା ଫଳରେ ବିଭିନ୍ନ ବସ୍ତିରେ ବର୍ଷା ଜଳ ପଶି ଯିବା ଯୋଗୁ କର୍ଦ୍ଧମ।।ଯୁକ୍ତ ପରିବେଶ ସୃଷ୍ଟି ହେବା ସହ ଅପରପକ୍ଷରେ ବିଭିନ୍ନ ଅଳିଆ ଆବର୍ଜନା ଏହା ସହ ମିଶି ଏକ ପୂର୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ।

ତଥାପି କିଛି ଅମାନିଆ ଏଣେତେଣେ ଅଳିଆ ଫିଙ୍ଗୁଥିବା ଓ ବିଭିନ୍ନ ସମୟରେ ଅଳିଆ ଠିକ ସମୟରେ ସଂଗ୍ରହ କରାଯାଉନଥିବାରୁ ଏଭଳି ଅସ୍ୱଛ ଚିତ୍ର ସାମ୍ନାକୁ ଆସୁଛି ।  ଫଳରେ ଏହି ବସ୍ତିରେ ବସବାସ କରୁଥିବା ବସ୍ତିବାସିନ୍ଦାମାନେ ନିଜର ସ୍ୱାସ୍ଥ୍ୟକୁ ସୁରକ୍ଷିତ ମଣୁ ନାହାନ୍ତି । ଦକ୍ଷିଣ ରାଉରକେଲାର କିଛି ବସ୍ତି ଅଂଚଳ ରାଉରକେଲା ମହାନଗର ନିଗମର ଅର୍ନ୍ତଭୁକ୍ତ ନ ହେବା କାରଣରୁ ଏଠାରେ ପରିମଳ
ବ୍ୟବସ୍ଥା ଉପରେ ଏତେଟା ଗୁରୁତ୍ୱ ଦିଆଯାଉନାହିଁ । ଏହି ସବୁ ବସ୍ତି ଗୁଡ଼ିକରେ ପ୍ରଶାସନ ପକ୍ଷରୁ ମଶାମରା ଔଷଧ ସିଚଂନ କରାଯାଉନଥିବାରୁ ଏହି ବସ୍ତି ଗୁଡ଼ିକରେ ଅହେତୁକ ଭାବେ ମଶା ବଂଶ ବୃଦ୍ଧି ପାଉଛି ।

ନିୟମିତ ନାଳ ସଫା ହେଉନାହିଁ । ଆବର୍ଜନା ଭରି ରହିଛି । ଅଂଚଳର କୂଅ ଓ ନଳକୂଅ ପାଣିକୁ ଦୂର୍ଷିତ କରୁଛି । କେଉଁ ଦିନ ଯଦି ବର୍ଷା ଅଧିକ ହେଉଛି ବର୍ଷା ପାଣି ଲୋକଙ୍କ ଘରେ ପଶୁଛି। ଅନ୍ୟପଟେ ପାଣି ଜମି ହୋଇ ରହିବା ଦ୍ୱାରା ମେଲେରିଆ ,ଡ଼େଙ୍ଗୁ ,ତଥା ବାତଜ୍ୱର ଭଳି ସଂକ୍ରମଣ ରୋଗ ବୃଦ୍ଧି ପାଇବା ଆଶଙ୍କା ଜାରି ରହୁଛି । ବସ୍ତିର ରାସ୍ତା ଗୁଡ଼ିକ କାଦୁଅ ପଚ ପଚ ହୋଇଥିବା କାରଣରୁ ଦୂର୍ଷିତ ପରିବେଶରେ ବସ୍ତିବାସିନ୍ଦାମାନଙ୍କୁ ରହିବାକୁ ପଡ଼ୁଛି ।  ତେଣୁ ସମସ୍ତ ଦିଗକୁ ବିଚାରକୁ ନେଲେ ସ୍ୱଛ ଭାରତ ମିଶନ ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥ୍ରିପତି ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking