27.1 C
Bhubaneswar
Tuesday, May 7, 2024
Homeଓଡିଶାଟ୍ରାଫିକ ନିୟମ ମାନୁନାହାନ୍ତି ବୁଲେଟ୍‌ଚାଳକ,ପଥଚାରୀ ଆତଙ୍କିତ!

ଟ୍ରାଫିକ ନିୟମ ମାନୁନାହାନ୍ତି ବୁଲେଟ୍‌ଚାଳକ,ପଥଚାରୀ ଆତଙ୍କିତ!

ରାଉରକେଲା:  ଶଦ୍ଦ ପ୍ରଦୂଷଣ କରି ଅମାନିଆ ଭାବେ ଘୁରି ବୁଲୁଥିବା ବୁଲେଟ ଚାଳକଙ୍କ ଉପରେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବୁଲେଟ ଗୁଡ଼ିକ ଜବତ କରିବା ସହ ଜରିମାନା ଆଦାୟ  କରାଯିବାର ନିୟମ ରହିଛି, ହେଲେ
ଫର୍ଟିଲାଇଜର ଅଂଚଳର ବୁଲେଟଧାରୀ ମାନଙ୍କ ଉପରେ ପୂର୍ବରୁ ସ୍ଥାନୀୟ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ସୁଦ୍ଧା, କିଛି ମାସର ବ୍ୟବଧାନ ପରେ ପୁଣିଥରେ ବୁଲେଟଚାଳକଙ୍କ ଉତ୍ପାତ ଅଂଚଳରେ ବଢିବାରେ ଲାଗିଛି । ବୁଲେଟ ଚାଳକ ମାନେ ଟ୍ରାଫିକ
ନିୟମ ଉଲ୍ଲଘଂନ କରୁଥିବା ଦେଖିବାକୁ ମିଳୁଛି । ଏମାନଙ୍କ ଉପରେ ପୁଲିସିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ସଂଜ ନଇଁଲେ ଦକ୍ଷିଣ  ଫର୍ଟିଲାଇଜର ଅଂଚଳର କିଛି ଉଦଭ୍ରାନ୍ତ ଯୁବକ ବୁଲେଟ ଧରି ମନଇଚ୍ଛା ଫର୍ଟିଲାଇଜର ଗଳିକନ୍ଦିରେ ଘୁରି ବୁଲୁଛନ୍ତି । ଏହାକୁ ନେଇ ପଥଚାରୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ବୁଲେଟର କମ୍ପାନୀ ସାଇଲେନ୍ସର ଚାଳକ ବଦଳି କରିଥିବା ଯୋଗୁ ବୁଲେଟରୁ କର୍କଶ ସ୍ୱର ବାହାରୁଥିବା ଅଭିଯୋଗ ହୋଇଛି । ସେହିପରି ଏଭଳି ଯୁବକ ମାନେ କୌଣସି ବାଡ଼ବତା ନମାନି ବିକଟାଳ ହର୍ଣ୍ଣ ବଜାଇ ହାଟ ବଜାର ଘୁରି ବୁଲିବା ଯୋଗୁ ଏହାର କୁପ୍ରଭାବ କୋମଳମତି ଶିଶୁ, ବୟସ୍କ ଓ ହୃଦରୋଗୀଙ୍କ ଉପରେ ପଡୁଛି। ଯାହାକି ସେମାନଙ୍କୁ ଅତିଷ୍ଠ କରି ପକାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଗୁଡ଼ୁଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ,ବୁଲେଟଧାରୀ ମାନେ ସଂଧ୍ୟାରେ ଘରୋଇ ଟିଉସନ ଅବା କୋଚିଙ୍ଗ ସେଂଟରକୁ ଯାଉଥିବା ସ୍କୁଲ ଓ କଲେଜ ଛାତ୍ରୀ ମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ବୁଲେଟର ସ୍ପିଡ଼ ବଢାଇ ଚକ୍କର କାଟୁଛନ୍ତି । ଏହା ଦ୍ୱାରା କେବେ ଯେ, କୌଣସି ଦୁର୍ଘଟଣା ନଘଟିବ, ସେ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ସେହିପରି ଫର୍ଟିଲାଇଜର ରାଜରାସ୍ତାରେ ଦ୍ରୁତ ଗତିରେ ବୁଲେଟଧାରୀ ଯାତାୟତ କରିବା ଫଳରେ ଦୁର୍ଘଟଣାର ଆଶଙ୍କା ଘନେଇବାରେ ଲାଗିଛି । ଏଣୁ  ଟାଙ୍ଗରପାଲୀ ଥାନା ପୁଲିସଏଭଳି ବୁଲେଟଧାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ସାଧାରଣରେ ଦାବି ହୋଇଛି ।

ସିପିଆଇଏମ୍ ରଘୁନାଥପାଲୀ ଆଂଚଳିକ ସାଙ୍ଗଠନିକ କମିଟିର ନବମ ସମ୍ମିଳନୀ

ରାଉରକେଲା: ସାରନଗରୀର ପାଣିଟାଙ୍କି ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସିିପିଆଇଏମ ରଘୁନାଥପାଲୀ ଆଂଚଳିକ ସାଙ୍ଗଠନିକ କମିଟିର ନବମ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସମ୍ମିଳନୀକୁ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି
ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ତଥା ଶ୍ରମିକ, କୃଷକ ବିରୋଧି ନୀତି ବିରୋଧରେ ଦରଦାମ ବୃଦ୍ଧି, ରାଷ୍ଟ୍ରାୟତ ଉଦ୍ୟୋଗ, ଘରୋଇକରଣ ବିରୋଧରେ ବ୍ୟାପକ ଆନ୍ଦୋଳନ ଗଢି ତୋଳିବା ସହ ପାର୍ଟିର ସମସ୍ତ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ମଧ୍ୟକୁ ନେଇ ଯିବାକୁ ଆହ୍ୱାନ ଦେଇଥିଲେ । ପାର୍ଟିର ଜିଲା ସଂପାଦକ ପ୍ରମୋଦ ସାମଲ ସମ୍ମିଳନୀ ପ୍ରାରମ୍ଭରେ ଦଳୀୟ ଲାଲ ପତାକା ଉତୋଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାର୍ଟିର ଜିଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଜାହାଙ୍ଗୀର ଅଲୀ, ଶ୍ରୀମନ୍ତ ବେହେରା, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜକିଶୋର  ପ୍ରଧାନ, ଜିଲା କମିଟି ସଦସ୍ୟ ବି.ପି. ମହାପାତ୍ର ପ୍ରମୁଖ ସମ୍ମ୍‌ିଳନୀରେ ବକ୍ତବ୍ୟ ପ୍ରଦାନ କରି ରଘୁନାଥପାଲୀ ଅଂଚଳରେ ସଙ୍ଗଠନକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ ।

ସୁବାଷ ବର୍ଦ୍ଧନ, ବିନୟ ବେହୁରିଆ, ବନଲତା ବେହେରାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିବା ବେଳେ ପରିଚାଳନା କମିଟିରେ ଅରୁ ଦାସ, ବି.ବି. ଗିରି, ଅଭିଲିଖନ କମିଟିରେ ବିଜୟ ପରିଡ଼ା, ଏନ.ସି. ପାତ୍ର ପ୍ରମୁଖ ସମ୍ମିଳନୀ ପରିଚାଳନା କରିଥିଲେ । ସମ୍ମିଳନୀରେ ଆବାହକ ଅରୁ ଦାସ ରାଜନୈତିକ ସାଙ୍ଗଠନିକ ଚିଠା ରିପୋର୍ଟ ସମ୍ମିଳନୀରେ  ଉପସ୍ଥାପନ କରିଥିଲାବେଳେ ୪ଟି ଶାଖାରୁ ଆସିଥିବା ପ୍ରତିନିଧି ସାଥୀ ମାନେ ରିପୋର୍ଟ ଉପରେ ଆଲୋଚନା କରିଥିଲେ । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ବସ୍ତି ଉଚ୍ଛେଦ ଓ ସ୍ଥାନୀୟ ସମସ୍ୟାର ସମାଧାନ ଦାବିରେ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ଆଗାମୀ ବର୍ଷ ପାଇଁ ହୃଦୟାନନ୍ଦ ଯାଦବ ସର୍ବସମ୍ମତିକ୍ରମେ ଆବାହକ ନିର୍ବାଚିତ ହୋଇଥିବା ବେଳେ ୭ ଜଣିଆ ସାଙ୍ଗଠନିକ କମିଟିରେ ଅରୁ ଦାସ, ବିନୟ ବେହୁରିଆ, ବି.ବି. ଗିରି, ଅଲେଖ ସାହାଣୀ, ସୁବାଷ ବର୍ଦ୍ଧନ, ବିଜୟ ପରିଡ଼ା ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking