28.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗସୌରଭ ଗାଙ୍ଗୁଲୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ସୌରଭ ଗାଙ୍ଗୁଲୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇପଡିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କଲିକତାର ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁଯାୟୀ, ଜିମରେ ଏକ୍ସରସାଇଜ କରୁଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା । ହାତ ଓ ପିଠିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଚାରିଆଡେ ତାଙ୍କୁ ଅନ୍ଧାର ଦେଖାଯାଇଥିଲା । ପରେ ବିଳମ୍ବ ନକରି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୪୮ ବର୍ଷୀୟା ଗାଙ୍ଗୁଲି ଏବେ ‘ସ୍ଥିର’ ଏବଂ ଏକ ଘରୋଇ ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଗାଙ୍ଗୁଲି ଶୁକ୍ରବାର ସନ୍ଧ୍ୟାରେ ଏକ ବ୍ୟାୟାମ କରିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ରେ ଭର୍ତି କରାଇଛନ୍ତି । ମିଳିଥିବା ସୂଚନା ଅନୁଯାଇ  “ସେ ବର୍ତ୍ତମାନ ସ୍ଥିର ଅଛନ୍ତି। ଏହି ଯନ୍ତ୍ରଣା କିଛି ହୃଦ୍‌ଘାତ କାରଣରୁ ହୋଇଛି କି ନାହିଁ ତାହା ଜଣାପଡିନାହିଁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରୀକ୍ଷା ସରିବା ପରେ ଜଣାପଡିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking