33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଗାନ୍ଧୀନଗରରେ ଶାହାଙ୍କୁ ଟକ୍କର ଦେବେ ସୋନଲ୍‌

ଗାନ୍ଧୀନଗରରେ ଶାହାଙ୍କୁ ଟକ୍କର ଦେବେ ସୋନଲ୍‌

ଗାନ୍ଧୀନଗର: ଗୁଜରାଟ ଗାନ୍ଧୀନଗର ଲୋକସଭା ନିର୍ବାଚନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଏଠାରେ ସୋନଲ ପଟେଲ୍‌ଙ୍କୁ ପ୍ରର୍ଥୀ କରିଛି । ତେବେ ବିଜେପି ପକ୍ଷରୁ ଏହି ଆସନ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ସୋନଲ୍‌ଙ୍କୁ କଂଗ୍ରେସ କ’ଣ ପାଇଁ ଏବଂ କେଉଁ ଆଶାରେ ପ୍ରାର୍ଥୀ କରିଛି ସେନେଇ ରାଜନୈତିକ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ସୋନଲ୍ ଏହି ଆସନ ପାଇଁ ଆଦୌ ଭୟଭୀତ ନୁହଁନ୍ତି ବୋଲି କହିଛନ୍ତି ।

ସୋନଲ୍‌ଙ୍କୁ ଯେତେବେଳେ ଅମିତ୍ ଶାହାଙ୍କ ଭଳି ବିଜେପିର ଅନ୍ୟତମ ହେଭିୱେଟ୍ ନେତାଙ୍କ ବିପକ୍ଷରେ ପ୍ରାର୍ଥୀ ହେବା ସମ୍ପର୍କରେ ପ୍ରଶ୍ନ କରାଗଲା ସେତେବେଳେ ସୋନଲ ନିଜ ଉତ୍ତରରେ କହିଛନ୍ତି ଯେ, ପ୍ରତିପକ୍ଷ ପ୍ରତିଦ୍ୱନ୍ଦ୍ୱୀ କିଏ ସେସମ୍ପର୍କରେ ସେ ବିଶେଷ ଚିନ୍ତା କରନ୍ତି ନାହିଁ । ସେ କେବଳ ଅଞ୍ଚଳରେ ରହିଥିବା ସମସ୍ୟା ଏବଂ ଦଳ ପକ୍ଷରୁ ସେହି ଅଞ୍ଚଳରେ କ’ଣ କରାଯାଇପାରିବ ସେସମ୍ପର୍କରେ ପ୍ରତିଶ୍ରୁତି ନେଇ ଲୋକମାନଙ୍କ ନିକଟକୁ ଯାଉଛନ୍ତି । ଭୋଟରମାନଙ୍କୁ ଆଶ୍ୱସ୍ତ କରିବାକୁ ପୂର୍ଣ୍ଣ ଚେଷ୍ଟା କରୁଛନ୍ତି । ଭୋଟରମାନେ ମଧ୍ୟ ବେଶ୍ ସଚେତନ ଏବଂ ସେମାନଙ୍କ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ହିଁ ସେମାନେ ଭୋଟ୍ ଦେବେ ।

ସୋନଲ୍‌ଙ୍କ କହିବାନୁସାରେ ଗାନ୍ଧୀନଗର ନିର୍ବାଚନ ମଣ୍ଡଳ ଏବଂ ଏଠିକାର ନାଗରିକଙ୍କ ପାଇଁ ବିଜେପି କିଛି ବି କରିନାହିଁ । କେବଳ ନିର୍ବାଚନ ସମୟ ଆସିଲେ ବିଜେପିର ଗାନ୍ଧୀନଗର ଆସନ ଏବଂ ଏଠିକାର ଭୋଟରଙ୍କ କଥା ମନେପଡେ । ଗାନ୍ଧୀନଗରବାସୀଙ୍କୁ ଆଶା ଆକାଂକ୍ଷାକୁ ପୂରଣ କରିବାରେ ବିଜେପି ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି । ତେବେ ଦଳର ଅନ୍ୟ ସାଙ୍ଗଠନିକ ଦାୟିତ୍ୱ ନିର୍ବାହ କରୁଥିବାରୁ ଏବଂ ଏହାକୁ ନେଇ ବେଶ୍ ସନ୍ତୁଷ୍ଟ ଥିବାରୁ ନିର୍ବାଚନ ଲଢ଼ିବାର ଆଶା ତାଙ୍କର ନଥିଲା । କିନ୍ତୁ ଦଳ ତାଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରିଥିଲା ଏବଂ ସେ ଦଳର ଏହି ନିର୍ଦ୍ଦେଶକୁ ମଧ୍ୟ ପାଳନ କରିବାକୁ ପ୍ରସ୍ତୁତ ହୋଇଥିଲେ । ପ୍ରକାଶ, ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଚିବ ତଥା ମୁମ୍ବାଇ ଏବଂ ପଶ୍ଚିମ ମହାରାଷ୍ଟ୍ରରେ କଂଗ୍ରେସର ସହ ଇନ୍‌ଚାର୍ଜ ଭାବେ ନିଯୁକ୍ତ ଥିବା ୬୨ ବର୍ଷୀୟ ସୋନଲ୍ ପଟେଲ୍‌, କଂଗ୍ରେସର ଜଣେ ପୁରୁଣା ନେତ୍ରୀ ଭାବେ ଜଣାଶୁଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking