34.1 C
Bhubaneswar
Saturday, April 27, 2024
Homeଓଡିଶାପୈତୃକ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ପୈତୃକ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ଶଙ୍ଖୁଆ ପଞ୍ଚାୟତ ଜାରିକିନାଳି ଗାଁ’ ରେ ଯବାନ ଲକ୍ଷ୍ମଣ ମାଝୀଙ୍କ ମରଶରୀର ରବିବାର ରାତିରେ ପହଞ୍ଚିବା ପରେ ଆଜି ସକାଳୁ ଶୋକାକୁଳ ପରିସର ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ, ଗତ ୧୩ ତାରିଖ ସକାଳ ୯ଟା ସମୟରେ ଗୁଆହାଟୀ ମେଡିକାଲ କଲେଜରେ ଯବାନ ଲକ୍ଷ୍ମଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି ସକାଳେ ତାଙ୍କ ମରଶରୀର ପୈତୃକ ଗାଁ’ରେ ପହଞ୍ଚିଥିଲା। ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ଲକ୍ଷ୍ମଣ ୨୦୧୪ ମସିହାରେ ପ୍ରଥମେ ଖୋର୍ଦ୍ଧାରେ ଚାକିରିରେ ଯୋଗ ଦେଇଥିଲେ। ପରେ ଅରୁଣାଚଳ ପ୍ରଦେଶର ଆଇଟିବିପି-୨୦ ବାଟାଲିୟନରେ ଭାରତ ଓ ଚୀନ ସୀମାର ଏଲନ ଠାରେ କାର୍ଯ୍ୟରତ ଥିଲେ। ସେଠାରେ କାର୍ଯ୍ୟରତ ଅବସ୍ଥାରେ ଅସୁସ୍ଥ ହେବାରୁ ତାଙ୍କୁ ଗୁଆହାଟୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶେଷକୃତ୍ୟ ସମୟରେ ଆଇଟିବିପିର ଯବାନ ସମେତ ପାଟଣା ପୁଲିସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking