30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଯବାନ ମନାଇଲେ ଗଣତନ୍ତ୍ର ଦିବସ

ଯବାନ ମନାଇଲେ ଗଣତନ୍ତ୍ର ଦିବସ

ନୁଆଦିଲ୍ଲୀ : ଦେଶ ଆଜି ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ସେହିପରି ଲଦାଖର ସୀମାବର୍ତ୍ତୀ ଅଞ୍ଚଳରେ ଦେଶର ଯବାନ ମାନେ ଗଣତନ୍ତ୍ର ଦିବସ ପାଳନ କରିଛିନ୍ତି । ଲଦାଖରେ ଚୀନକୁ ନେଇ ଲାଗିରହିଥିବା ଅସନ୍ତୋଷ ମଧ୍ୟରେ ଭାରତୀୟ ସୈନ୍ୟ ମାନେ ଆଓଟିବିପି ଓ ବିଭିନ୍ନ ସୁରକ୍ଷାବଳର ହଜାର ହଜାର ଯବାନ ପୁର୍ବୀ ଲଦାଖରେ ମୁତୟନ ଅଛନ୍ତି । ଏହି ଯବାନ ମାନେ ଗଣତନ୍ତ୍ର ଦିବସକୁ ବେଶ ଖାସ ଭାବରେ ମନାଇଛନ୍ତି । ଆଇଟିବିପିର ଯବାନ ମାନେ ଲଦାଖରେ ଜମିଥବା ହ୍ରଦ ଚାରିପଟେ ତ୍ରିରଙ୍ଗା ଧରି ମାର୍ଚ୍ଚ କରିଛନ୍ତି । ଅନ୍ୟ ପଟେ ଏହାର ଆଉ ଏକ ଟିମ ଉଚ୍ଚା ପାହାଡର ଶୀର୍ଷଦେଶରେ ତ୍ରରଙ୍ଗା ଉତ୍ତାଳନ କରିଛନ୍ତି ।

ଲଦାଖ ପରି ଜାମ୍ମୁ କାଶ୍ମୀରରେ ମଧ୍ୟ ସୁରକ୍ଷାବଳର ସୈନ୍ୟ ମାନେ ଓ ଏଲଓସି ଠାରେ ମୁତୟନ ହୋଇଥିବା ବିଏସଏଫ ଯବାନ ମାନେ ଗଣତନ୍ତ୍ର ଦିବସ ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତିି । ଲଦାଖ ପରି ଏହିଠାରେ ମଧ୍ୟ ୦ ଡିଗ୍ରୀ ତାପମାତ୍ରାରେ ବାରମୁଳା ଏଲଓସି ଠାରେ ତ୍ରିରଙ୍ଗା ଉତ୍ତାଳନ କରଇଛିନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking