28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମହିଳା ସମାଜ ସେବୀଙ୍କ ନିଆରା ଢଙ୍ଗରେ ସେବା

ମହିଳା ସମାଜ ସେବୀଙ୍କ ନିଆରା ଢଙ୍ଗରେ ସେବା

ଯାଜପୁର: ମାନବ ସେବା ହିଁ ମାଧବ ସେବା ଏହି ଉକ୍ତି କୁ ପାଥେୟ କରି ନିଜକୁ ଦୁସ୍ଥ, ମାନସିକ ଅନାଥ, ରୋଗୀ ଓ ବେସାହାରା ଲୋକମାନଙ୍କୁ ସେବା କରୁଛନ୍ତି । ସେମାନଙ୍କୁ ପରିଷ୍କାର ପରିଛନ୍ନ କରିବା ସଂଗେ ଖାଇବା ପିଇବା ଓ ମେଡ଼ିସିନ ମଧ୍ୟ ଦେଉଛନ୍ତି । ନିଜକୁ ସେମାନଙ୍କ ସେବାରେ ନିୟୋଜିତ କରିଛନ୍ତି । ମହିଳା ସେବି ଜଣକ ହେଲେ ଆନ୍ଦପୁର ଅଂଚଳର ଦମୟନ୍ତୀ ସେଠି । ଆଜି ଯାଜପୁର ରୋଡ ରେଳ ଷ୍ଟେସନରେ ଫୂଟପାଥରେ ରହୁଥିବା ବେସାହାରା ବୃଦ୍ଧକୁ ନିଜେ କଇଁଚି ଧରି ଚୁଟି କାଟିବା ସହ ଖାଇବା ପିଇବାକୁ ଦେଇଥିଲେ । ଏପରି ଭାଵରେ ୮୦୦ ଜଣକୁ ସେବା କରିଛନ୍ତି । ଲକ ଡାଉନ ଦିନରୁ ସେବା କରିଆସୁଛନ୍ତି । ଫୂଟ ପାଥରେ ପଡି ଥିବା ଅସହାୟ ବୃଦ୍ଧ ବୃଦ୍ଧା ଓ ମାନସିକ ରୋଗୀ ମାନଙ୍କୁ ସେବା ସହ ଖାଇବାକୁ ଦେଉଛନ୍ତି ।ଘର କାଯ୍ୟ ସାରି ସେବା କରିବା ପାଇଁ ବାହାରି ଆସିଥାନ୍ତି । ସରକାରୀ ଓ କୌଣସି ସଂସ୍ଥା ସହ ସମ୍ପର୍କ ନାହଁ । ନିଜ ଖର୍ଚ୍ଚରେ ସେବା କରୁଛନ୍ତି । ବୃଦ୍ଧା ଓ ବୃଦ୍ଧ ମାନଙ୍କୁ ବୃଦ୍ଧା ଆଶ୍ରମରେ ନିଜ ଖର୍ଚ୍ଚରେ ଛାଡନ୍ତି । ସେନାପତି ରୋଡରେ ବୃଦ୍ଧା ଆଶ୍ରମ ଅଛି । ସେଠାରେ ବୃଦ୍ଧା ଓ ବୃଦ୍ଧ ମାନଙ୍କୁ ଆଶ୍ରୟ ଦେଇଥାନ୍ତି ।ତାଙ୍କର ପିପୁଲ ସେବା ରହିଛି । ଲୋକଙ୍କ ସେବା କରିବା ପାଇଁ ତାଙ୍କର ମନ ହେଲା । ତେଣୁ ଘରେ ଛୁଆ ପିଲା ମାନଙ୍କ କଥା ବୁଝି ସେବା ପାଇଁ ବାହାରି ପଡନ୍ତି । ସେବାକୁ ସେ ବାଛି ନେଇଛନ୍ତି । ଯେଉଁ ସେବା କରିବାକୁ କୌଣସି ସେବା ଅନୁଷ୍ଠାନ କରେ ନାହିଁ, ଅବହେଳିତ ଲୋକ ମାନଙ୍କୁ ସେବା ଯୋଗାଇବା ପାଇଁ ବାଛି ନେଇଛନ୍ତି ସେମାନଙ୍କ ମୁଁହ ହସ ଫୁଟେଇବାକୁ ଧର୍ମ ବୋଲି ଧରି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking