34.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଦୁର୍ଗା ମା’ଙ୍କ ପ୍ରିୟ ପ୍ରସାଦ

ଦୁର୍ଗା ମା’ଙ୍କ ପ୍ରିୟ ପ୍ରସାଦ

ଭୁବନେଶ୍ୱର: ଦୁର୍ଗା ମା’ଙ୍କ ପ୍ରିୟା ଭୋଗ ବିଷୟରେ ହୁଏତ ସମସ୍ତେ ଜ୍ଞାତ ନଥିବେ । ତେବେ ଭକ୍ତମାନେ ନବମୀରେ ସାରା ଦିନ ଉପବାସ ରହିବା ସହ ଫଳ ଆହାରା କରିଥାନ୍ତି । ଏହି ୯ ଦିନ ଶକ୍ତିସ୍ୱରୂପିଣୀ ମା ଦୁର୍ଗା ମର୍ତ୍ତ୍ୟରେ ଅବସ୍ଥାନ କରିଥାନ୍ତି । ତେଣୁ ତାଙ୍କୁ ଭାବ, ଭକ୍ତି, ନୈବେଦ୍ୟ ସହ ପୂଜା କଲେ ମାଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରଥମ ଦିନରେ ମାଙ୍କ ନିକଟରେ ନୈବେଦ୍ୟ ଭାବେ ଶୁଦ୍ଧ ଗାଇର ଘିଅ, ଧଳା ମିଠା ଅନ୍ନ ପ୍ରସାଦ ରୂପେ ଅର୍ପଣ କରାଯାଇଥାଏ । ନୈବେଦ୍ୟ ଭାବେ ଚିନିରୁ ପ୍ରସ୍ତୁତ ପ୍ରସାଦ, ଫଳ, ମିଶ୍ରି ଅର୍ପଣ କରାଯାଇଥାଏ । ପରେ ତୃତୀୟ ଦିନ ନୈବେଦ୍ୟ ଭାବେ କ୍ଷୀରରୁ ପ୍ରସ୍ତୁତ ମିଠା ଓ ଖିରୀ ଭୋଗ ଲଗାଯାଇଥାଏ । ଚତୁର୍ଥ ଦିନ ମାଙ୍କ ପାଖରେ ମାଲପୁଆ ବୋଗ ଲଗାଯାଇ ବ୍ରାହ୍ମଣଙ୍କୁ ଏବଂ ଛୋଟ ପିଲାଙ୍କୁ ବୋଗ ବାଣ୍ଟି ଦିଆଯାଏ । ସେହିପରି ପଂଚମ ଦିନ ମାଙ୍କ ନିକଟରେ ନୌବେଦ୍ୟ ଭାବରେ କଦଳୀ ଅର୍ପଣ କରାଯାଇଥାଏ । ଯାହା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଷଷ୍ଠ ଦିନରେ ମାଙ୍କୁ ଲାଉ ଭୋଗ କରାଯାଏ । ଏହାଦ୍ୱାରା ଜୀବନରେ ମଧୁରତା ଆସିଥାଏ ଏବଂ ମଣିଷର ଆକର୍ଷଣ ଶକ୍ତି ବଢେ ବୋଲି ବିଶ୍ୱାସ ରହିଛି । ସପ୍ତମଦିନରେ ମାଙ୍କୁ ଗୁଡରୁ ପ୍ରସ୍ତୁତ ମିଠା ନୈବେଦ୍ୟ ଭାବରେ ଅର୍ପଣ କରିସାରିବା ପରେ ବ୍ରାହ୍ମଣଙ୍କୁ ଏହା ଦାନ କଲେ ଦୁଃଖ, ଶୋକ ଏବଂ ଆଗାମୀ ଶଙ୍କଟରୁ ମୁକ୍ତି ମିଳେ । ଅଷ୍ଟମ ଦିନରେ ଭକ୍ତମାନେ ମାଙ୍କ ବ୍ରତ ରଖିଥାନ୍ତି । ଏହି ଦିନ ନୈବେଦ୍ୟ ବାବରେ ନଡିଆ, ଫଳ ଏବଂ ପଣା ଭୋଗ ଲଗାଯାଇଥାଏ । ଶେଷରେ ନବମ ଦିନ ମାଙ୍କ ପାଖରେ ରାଶି, ଡାଳିମ୍ବ ଏବଂ ଅନ୍ନ ନୌବେଦ୍ୟ ରୂପେ ଅର୍ପଣ କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking