ଚାଷୀ ବିରୋଧି ଆଇନ ବିରାଧରେ ଦାବିପତ୍ର

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳ ଚାଷୀ କୃଷକ ସର୍ବନାଶକାରୀ କୃଷି ଆଇନ ବିରୋଧରେ ତେଜିଲା ବିରୋଧ । ସରକାରଙ୍କ ନୁଆ ଆଇନ ଚାଷୀଙ୍କୁ ଆଜି ହନ୍ତସନ୍ତ କରିଛି । ଓଡ଼ିଶାରୋ ଏକ ଉପାନ୍ତ ଅଞ୍ଚଳ କୋରାପୁଟ ଜିଲ୍ଲା । ଭାରତ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ କୃଷକଙ୍କୁ ସଂଘର୍ଷ କରିବାକୁ ପଡୁଛି । କୃଷକ ଦେଶର ମେରୁଦଣ୍ଡ ସାଜି ଥିବା ବେଳେ, ଚାଷୀଙ୍କ ଦୁଃଖ ବୁଝିବା ପରିବର୍ତ୍ତେ ସରକାର ଚାଷୀ ମାରଣ ନୀତି ଆପଣାଇଛନ୍ତି । ହେଲେ ଚାଷୀଙ୍କୁ ଗତ UPA ଓ NDA ସରକାର ନିର୍ବାଚନ ସମୟରେ କୃଷକ ମାନଙ୍କ ଆୟ ଦ୍ବିଗୁଣିତ କରିବା , ସମିନାଥନ କମିଟି ସୁପାରିଶ କରିବା, ଫସଲ ବୀମା ଯଜନା, କୃଷକ ସମୃଦ୍ଧି ଯୋଜନା ପରି ବହୁ ଯୋଜନା ଆଜି ତାର ମୂଳ ଲକ୍ଷ ଠାରୁ ବାଟବଣା ହୋଇ ସାରିଥିବା ବେଳେ କୋଭିଡ ମହାମାରି ସମୟରେ ସରକାର ନୁଆ ଆଇନ ଲାଗୁ କୋରୀ ଚାଷୀଙ୍କୁ ଆତ୍ମହତ୍ୟା କୋରୀବାକୁ ବାଧ୍ୟ କୋରା ଯାଇଛି । ଏହିପରି ସଙ୍କଟ ସମୟରେ ସରକାର ଅର୍ଣ୍ଣଦାତା ମାନଙ୍କୁ ସାଧୁବାଦ ଦେବା, ସମ୍ମାନିତ କରୀବା ପରିବର୍ତେ କୃଷକ ମାନଙ୍କୁ ଉପହାସ ତାତ୍ସଲ୍ୟ ବିଦ୍ରୂପ ଲାଞ୍ଚୀତ ଅପମାନିତ କରୀ ଚାଷୀଙ୍କ ଅଧିକାର ସ୍ଵାଭିମାନକୁ ଅଣଦେଖା କରୀ ତରବରୀଆ କୃଷକ ବିଧେୟକ ରାଜ୍ୟ ସଭାରେ ଗଣତାନ୍ତ୍ରିକ ଭାବେ ପାସ କରୀବା ସଂଘୀୟ ବ୍ୟବସ୍ଥାର ଘୋର ବିରୋଧ । ଏହାକୁ ନେଇ କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ଏକ ଦାବିପତ୍ର ମାନ୍ୟବର ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଆଜି ଉପଜିଲ୍ଲାପାଳ ଅଫିସ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରୀଛନ୍ତି ।

LEAVE A REPLY

Please enter your comment!
Please enter your name here