29.1 C
Bhubaneswar
Monday, May 6, 2024
Homeଓଡିଶାସୋଆ ପକ୍ଷରୁ ବୃତିଗତ ଏବଂ ଗବେଷଣା ଭିତିକ ଲେଖାକୁ ନେଇ ପ୍ରଥମ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ...

ସୋଆ ପକ୍ଷରୁ ବୃତିଗତ ଏବଂ ଗବେଷଣା ଭିତିକ ଲେଖାକୁ ନେଇ ପ୍ରଥମ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍ ଆୟୋଜିତ

ଭୁବନେଶ୍ୱର : ବର୍ତମାନ ପରିସ୍ଥିତିରେ ବୃତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ
ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ
ସୋମବାର ଶେଷ ହୋଇଯାଇଛି ।
ଭର୍ଚୁଆଲୀ ଆୟୋଜିତ ହୋଇଥିବା ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ
ଗବେଷଣା ପ୍ରକ୍ରିୟା ଉପରେ ଅଧିକ ଗୁରୁତ୍ୱ ଦେଇଥିବା ବେଳେ ବର୍ତମାନ ପରିସ୍ଥିତିରେ ଗବେଷଣାତ୍ମକ ଲେଖା ନିମନ୍ତେ
ବୈଜ୍ଞାନିକ ପଦ୍ଧତି ଉପରେ ଅଧିକ ଆଲୋକପାତ କରିଥିଲେ ।
ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍‌ଟି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ
ଅଧିନସ୍ଥ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍ ବିଭାଗ ଓ ଇଂଟରଡିସିପ୍ଲିନାରୀ ଜର୍ନାଲ୍ ଫର୍ ହ୍ୟୁମାନିଟିଜ୍ ଆଣ୍ଡ
ସୋସିଆଲ୍ ସାଇନ୍‌ସେସ୍ (ସ୍କୋପସ୍ ଇଣ୍ଡେକ୍ସଡ୍‌) ଏବଂ ଆରିଜୋନା ବିଶ୍ୱବିଦ୍ୟାଳୟର ମିଳିତ ସହଭାଗିତାରେ ଆୟୋଜିତ
ହୋଇଥିବା ବେଳେ ପ୍ରାୟ ୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ ।
ଲେଖା ହେଉଛି ଏକ କଳା ଏବଂ ଏହାକୁ କିଭଳି ବସ୍ତୃତ ଭାବରେ ଲେଖାଯାଇପାରିବ ସେ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଯୋଗ
ଦେଇଥିବା ବ୍ୟକ୍ତି ବିଶେଷ ମାନେ ବୁଝାଇଥିଲେ ।
ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଗୁଜୁରାଟ ଗାନ୍ଧୀନଗର ସ୍ଥିତ ଇନ୍‌ଫ୍ଲିବ୍‌ନେଟ୍ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଜେ.ପି ସିଂହ ଜୋରିଲ୍‌
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାଷା ଏବଂ ଏହି ସମ୍ପର୍କିତ ଗବେଷଣାର ଧାରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆରିଜୋନା ବିଶ୍ୱବିଦ୍ୟାଳୟର ପ୍ରଫେସର ଆଲ୍‌ବ୍ରେଚ୍‌ଟ କ୍ଲାସେନ୍‌, ଭୁବନେଶ୍ୱର ସ୍ଥିତ ଜାଭିୟର
ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲ୍‌.କେ. ଜେନା, ଟାଇମ୍‌ସ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ ର ସିନିୟର୍ ଆସିଷ୍ଟାଂଟ ଏଡିଟର୍ ଶ୍ରୀମତି
ପ୍ରତିଜ୍ଞା ଦାସ ଏବଂ ହାଇଦ୍ରାବାଦ ସ୍ଥିତ ଇଂରାଜୀ ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପ୍ରଫେସର ଆନନ୍ଦ
ମହାନନ୍ଦ ଏହି କାର୍ଯ୍ୟକ୍ରମରେ ମତ ବ୍ୟକ୍ତି କରିଥିଲେ ।
ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମେକ୍ସିକୋ ବିଶ୍ୱବିଦ୍ୟାଳୟର ପ୍ରଫେସର ତୀର୍ଥ ପ୍ରସାଦ ମୁଖୋପାଧ୍ୟାୟ ଗବେଷଣା କ୍ଷେତ୍ରରେ ଶିକ୍ଷା
ଶାସ୍ତ୍ର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଆଇଟିଇଆର୍‌ର ହ୍ୟୁମାନିଟିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସ୍ୱୟଂପ୍ରଭା ଶତପଥୀ ଏହି ଏଫ୍‌ଡିପିର ସଂଯୋଜକ ଥିବା
ବେଳେ ବିଭାଗୀୟ ମୁଖ୍ୟ ଡ. କବିତା ଦାସ ସହ-ସଂଯୋଜକ ଥିଲେ । ସେହିପରି ଡ. ଶିବାନୀ ପ…ନାୟକ, ଡ. ମାଳବିକା
ମହାପାତ୍ର, ଡ. ସୁବିସ୍ମିତା ଲେଙ୍କା, ଡ. ମୌସୁମୀ ଦାଶ, ଶ୍ରୀମତି ପ୍ରାଚିଶ୍ରୀ ମିଶ୍ର ଏବଂ ଶ୍ରୀମତି ମୋନାଲିସା ମିଶ୍ର କାର୍ଯ୍ୟକ୍ରମ
ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking