39.1 C
Bhubaneswar
Wednesday, April 24, 2024
Homeଓଡିଶାପବିତ୍ର ରାମନବମିରେ ମନ୍ଦିର ଦର୍ଶନକୁ ବାରଣ

ପବିତ୍ର ରାମନବମିରେ ମନ୍ଦିର ଦର୍ଶନକୁ ବାରଣ

ଢେଙ୍କାନାଳ: ଢେଙ୍କାନଳ ଜିଲ୍ଲା ଓସ୍ୱାନ ହଲ୍‌ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର କରୋନ ସ୍ଥିତି ସମୀକ୍ଷା ସଂପର୍କରେ ସମସ୍ତ ଉପଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସାଧିକାରୀ, ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ ଓ ସିଡିପିଓ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ପବିତ୍ର ରାମନବମୀ ଉତ୍ସବ ଅବସରରେ ଶ୍ରଦ୍ଧାଳୁମାନେ କୈାଣସି ମନ୍ଦିର ଯାଇ ପୁଜାର୍ଚ୍ଚନା କରିବାକୁ ବାରଣ କରାଯିବା ସହିତ କୈାଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ଜନସମାଗମକୁ ସଂପୁର୍ଣ୍ଣରୁପେ ବାରଣ କରାଯାଇଛି । ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ।
ଏହି ସଂକ୍ରମଣର ବେଗ ଦ୍ରୁତଗାମୀ ଥିବାରୁ ରାଜ୍ୟ ବାହାରୁ କୈାଣସି ବ୍ୟକ୍ତି ଆସୁଥିଲେ ସେମାନଙ୍କୁ ରେଳ ଷ୍ଟେସନ ଠାରେ ଠାବ କରି ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ଏହା ସହିତ ବାହାର ରାଜ୍ୟର ଲୋକଙ୍କ ପ୍ରତି ଅଙ୍ଗନୱାଡି କର୍ମୀ, ଆଶା, ପିଆରଆଇ ମେମ୍ବର, ୱାର୍ଡ ମେମ୍ବର, ସ୍ଥାନୀୟ ଶିକ୍ଷକ, ସରପଂଚ ସେମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କର ଟେଷ୍ଟ କରାଇ ୭ ଦିନ କ୍ୱାରେଂଟାଇନରେ ରହିବାକୁ ନିର୍ଦେଶ ଦେଇଛନ୍ତି । ବିଭିନ୍ନ ପ୍ରକାର ପ୍ରଚାର ମାଧ୍ୟମରେ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା , ପରିଷ୍କାର ପରିଚ୍ଛନ୍ନତା ପ୍ରତି ସଚେତନ ବାର୍ତା ଯୋଗାଇବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ବେହେରା ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛି ।
ମହାମାରୀ କରୋନା ସମୟରେ ସର୍ବସାଧରଣ ସ୍ଥାନ, ହାଟ, ବଜାର, ବ୍ୟବସାୟ ପ୍ରତିଷ୍ଠାନ ଆଦିରେ ମାସ୍କ ବ୍ୟବହାର, ସାମାଜିକ ଦୁରତା ଅନୁପାଳନରେ କଡାକଡି ଯାଂଚ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଙ୍ଗ ସେଂଟର ବନ୍ଦ, ହଷ୍ଟେଲରେ କୈାଣସି ବିଦ୍ୟାର୍ଥି ନରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ନରୋତକ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର, ଜିଲ୍ଲାର ତହସିଲଦାର ଲକ୍ଷ୍ମିଧର ରାଉତ ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking