29.4 C
Bhubaneswar
Saturday, May 4, 2024
Homeକରୋନା୨୨ ଏପ୍ରିଲରୁ ୨୯ ଏପ୍ରିଲ ଝାଡଖଣ୍ଡ ଲକଡାଉନ

୨୨ ଏପ୍ରିଲରୁ ୨୯ ଏପ୍ରିଲ ଝାଡଖଣ୍ଡ ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ସମୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୨୨ ଏପ୍ରିଲ ସକାଳ ୬ଟାରୁ ୨୯ଏପ୍ରିଲ ସକାଳ ୬ଟା ପର୍ଯ୍ୟନ୍ତ ‘ସ୍ୱାସ୍ଥ୍ୟ ସୁରକ୍ଷା ସପ୍ତାହ’ ଘୋଷଣା କରିଛନ୍ତି । ଅର୍ଥାତ ଏହା ମଧ୍ୟରେ ଲକଡାଉନ ଭଳି ପ୍ରତିବନ୍ଧକ ରହିବ । ସେ କହିଛନ୍ତି ସମସ୍ତେ ଏହାକୁ ପାଳନ କରିବେ । ରାଜ୍ୟ ସରକାରଙ୍କ ତରଫରୁ କରୋନା ଚେନ୍ ଭାଙ୍ଗିବାପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଝାଡଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଏହାର ଚେନ୍ ଭାଙ୍ଗିବାକୁ ପଡିବ । ଝାଡଖଣ୍ଡ ହେଉଛି ଏକ ଗରିବ ରାଜ୍ୟ । ଆରମ୍ଭରୁ ଜୀବନ ଜୀବିକାକୁ ରକ୍ଷା କରିବା ପ୍ରଥମ ପ୍ରାଥମିକତା । ଏହାକୁ ଧ୍ୟାନରେ ରଖି ନିର୍ଣ୍ଣୟ ନିଆଯାଇଛିଯେ ୨୨ ଏପ୍ରିଲ ସକାଳ ୬ଟାରୁ ୨୯ ଏପ୍ରିଲ ୬ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସପ୍ତାହ ପାଳନ କରାଯିବ । ଫଳରେ କୋଭିଡ ଚେନ ଭାଙ୍ଗି ତାକୁ ନିୟନ୍ତ୍ରଣ କରାଯାଇପାରିବ ।
କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ
ଆବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିବ
ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସମ୍ବନ୍ଧିତ କାର୍ଯ୍ୟାଳୟକୁ ଛାଡି ଅନ୍ୟ ସବୁ କାର୍ଯ୍ୟାଳୟ ବନ୍ଦ ରହିବ
କୃଷି, ଉଦ୍ୟୋଗିକ, ନିର୍ମାଣ ଏବଂ ଖନନ କାର୍ଯ୍ୟ ଚାଲିବ
ଧାର୍ମିକ ସ୍ଥଳ ଖୋଲା ରହିବ । ମାତ୍ର ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ ।
ଅନୁମତିପ୍ରାପ୍ତ ଗାଡିକୁ ଛାଡି ଅନ୍ୟ କେହି ଯିବା ଆସିବା କରିବେ ନାହିଁ
୫ରୁ ଅଧିକ ଲୋକେ ଏକତ୍ରିତ ଗୋଟିଏ ସ୍ଥାନରେ ହୋଇପାରିବେ ନାହିଁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking