32.1 C
Bhubaneswar
Tuesday, April 23, 2024
Homeଓଡିଶାତେଲକୋଇରେ ମେଗା ଜଳ ପ୍ରକଳ୍ପର ଭିତିପ୍ରସ୍ଥର ସ୍ଥାପନ କଲେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ତେଲକୋଇରେ ମେଗା ଜଳ ପ୍ରକଳ୍ପର ଭିତିପ୍ରସ୍ଥର ସ୍ଥାପନ କଲେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ତେଲକୋଇ: ତେଲକୋଇ ବ୍ଲକ ଅଧିନସ୍ଥ ଖୁଣ୍ଟାପଡା ପଞ୍ଚାୟତ ଗୁଣ୍ଡରିଯୋଡା ଗାଁରେ ମେଗା ଜଳପ୍ରକ୍ଳପ ର ଭିତିପ୍ରସ୍ଥର ସ୍ଥାପନ କଲେ ଓଡିଶା ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ଅନୁଗୁଳ ଜିଲ୍ଲାର ପାଲ୍ଲଲହଡା ବ୍ଲକ ସମେତ କେନ୍ଦୁଝର ଜିଲ୍ଲାର ତେଲକୋଇ,ହରିଚନ୍ଦନପୁର, ଘଟଗାଁ ଓ ପାଟଣା ବ୍ଲକ କୁ ଏହି ଯୋଜନାରେ ସାମିଲ କରାଯାଇଛି ।ଏହି ଯୋଜନା ମାଧ୍ୟମରେ ସାମିଲ କରାଯାଇଥିବା ସମସ୍ତ ବ୍ଲକର ପ୍ରତ୍ୟେକ ଘରକୁ ସ୍ବଛ ପାନୀୟ ଜଳ ଯୋଗାଣ ର ଲକ୍ଷ ରଖାଯାଇଛି ।ଏଥିପାଇଁ ଓମ୍ବାଡିସ ପକ୍ଷରୁ ୧୧୭୬ ଦଶମିକ ୪୯ କୋଟି ଟଙ୍କାର ବ୍ୟୟଅଟକଳ କରାଯାଇଛି । ଠିକାସଂସ୍ଥା ଏଲଏଣ୍ଡ ଟି କୁ ଏଥିପାଇଁ କାର୍ଯାଦେଶ ଦିଆଯାଇଛି । ଏଥିରେ ପାଞ୍ଚଟି ବ୍ଲକର ଶହେ ଚଉଷଠୀ ଲକ୍ଷ ପରିବାର ଉପକୃତ ହୋଇପାରିବେ ବୋଲି ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଦୟାନିଧି ସାହୁ ପ୍ରକାଶ କରିଛନ୍ତି । ଅନଗୁଳ ଜିଲ୍ଲାର ରେଙ୍ଗାଲୀ ବୃହଦାକାର ଜଳପ୍ରକ୍ଳପ ରୁ ଜଳ ବିଶୋଧନ କରାଯାଇ ପାଇପ ଯୋଗେ ସମସ୍ତ ପାଞ୍ଚଟି ବ୍ଲକ କୁ ଜଳ ଯୋଗାଣ କରାଯିବାର ଲକ୍ଷ ରଖାଯାଇଥିବା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ପ୍ରକାଶ କରିଛନ୍ତି ।ଏହି ଭିତିପ୍ରସ୍ଥର ସ୍ଥାପନ ଅବସରରେ କେନ୍ଦୁଝର ସାସଂଦ ଚନ୍ଦ୍ରାଣି ମୁର୍ମୁ ତେଲକୋଇ ବ୍ଲକ ବିଜେଡି ସଭାପତି ଶାନ୍ତନୁ ବିଶ୍ବାଳ, ଜିଲ୍ଲା ପରିଷଦ ସଭ୍ୟ ବିନୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking