ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ବଡ଼ ସଫଳତା: ସ୍ୱାଭିମାନ ଅଞ୍ଚଳୟରୁ ମିଳିଲା ଶତାଧିକ ମାଓ ସାମଗ୍ରୀ

ମାଲକାନଗିରି: ଗତକିଛି ଦିନ ତଳେ ମାଲକାନଗିରି ଜିଲ୍ଲାରୁ ସ୍ୱାଭିମାନ ଅଞ୍ଚଳୟର ଯୋଡ଼ାଆମ୍ବ ଥାନା ଅନ୍ତର୍ଗତ ଆରପଦର ଓ ଅଣ୍ଡରାପଲ୍ଲୀ ଜଙ୍ଗଲରେ ଓଡିଶା ପୋଲିସ, ବି.ଏସ.ଏଫ, ଏସ.ଓ.ଜି ଏବଂ ଡ଼ି.ଭି.ଏଫ ର ମିଳିତ କମ୍ବିଂ ଅପରେସନ ରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି ବୋଲି ସୂଚନା ମିଳିଛି । ଏକ ବିଶେଷ ସୂଚନା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏହି ସବୁ ଅଞ୍ଚଳରେ ବହୁତ ଖୋଜାଖୋଜି କରିବା ପରେ ଏହି ବଳ ସଫଳତା ହାସଲ କରିଛନ୍ତି । ଜବତ କରାଯାଇଥିବା ମାଓ ସାମଗ୍ରୀ ମଧ୍ୟରେ
୧:- 303 ରାଇଫଲ ର 93 ରାଉଣ୍ଡ ଗୁଳି
୨:- 9 mm ବନ୍ଧୁକର 55 ରାଉଣ୍ଡ ଗୁଳି
୩:- 13 ଟି ଡିଟୋନେଟର
୪:- 14 ଟି ଗ୍ରେନେଡ଼
୫:- 2 ଟି ଲାଣ୍ଡଲାଇନ ସହ ଅନନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ଓ ଆଗରେ ଆହୁରି ମଧ୍ୟ କମ୍ବିଂ ଅପରେସନ ଜାରି ରଖାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here