34.1 C
Bhubaneswar
Friday, March 29, 2024
Homeଓଡିଶାଦୀପାବଳି ଫିକା, ଚିନ୍ତାରେ ଦୀପ କାରିଗର

ଦୀପାବଳି ଫିକା, ଚିନ୍ତାରେ ଦୀପ କାରିଗର

କେନ୍ଦୁଝର: ପର୍ବ ପର୍ବାଣିରେ ମାଟି ରେ ଦୀପ ତିଆରି କରି କାରିଗର ମାନେ ସେମାନଙ୍କ ପରିବାର ର ଗୁଜୁରାଣ ମେଣ୍ଟାଇଥାନ୍ତି । ବର୍ଷ ଯାକ ଏମାନେ ଏହି ପାରମ୍ପରିକ ପର୍ବ ଦୀପାବଳିକୁ ଚାହିଁ ବସିଥାନ୍ତି ।କାର୍ତିକ ମାସରେ ଏମାନେ ବେସ ଚଳ ଚଞ୍ଚଲ ହେଇଥାନ୍ତି । ଗାଁ ଗହଳି ଠାରୁ ଆରମ୍ଭ କରି ସହର ଓ ବିଭନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଏହି ଦୀପାବଳି ଧୂମ ଧାମ ରେ ପାଳିତ ହେଉଥିଲା ବେଳେ ଆଲୋକ ସାଜସଜ୍ଜା ଆହୁରି ସରଗରମ ହୋଇଯାଏ । କିଏ କେତେ ସୁନ୍ଦର ସଜାଇ ପାରୁଛି ସେ ନେଇ ଚାଲେ ବଳ କଷାକଷି, ହେଲେ ଚଳିତ ବର୍ଷ ମହାମାରୀ କରୋନ ସବୁ ଫିକା ପକେଇ ଦେଇଛି । କରୋନା କଟକଣା କାରିଗର ମାନଙ୍କ ଚିନ୍ତା ବଢାଇଦେଇଛି । ଆଗକୁ ଦୀପାବଳି ଆସୁଥିବାରୁ ବେପାର ହେବ ନହେବ ଆଶା ଆଶଙ୍କାରେ ରହିଛନ୍ତି । କେନ୍ଦୁଝର ରେ ଥିବା କାରୀଗରଙ୍କ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟାତ କାରିଗର ହାତ ବାନ୍ଧି ବସିଛନ୍ତି। ଦୀପ ତିଆରି କରି ପେଟ ପୋଷୁଥିବା କାରିଗର ମାନେ ଏବେ ଭଗବାନଙ୍କୁ ଭରସା କରିଛନ୍ତି । କେବେ ଏ କରୋନା ଲୋପ ପାଇବ ଓ ସେମାନେ ଆସନ୍ତା ବର୍ଷ ଏ ଦୀପ ର ପର୍ବ ଦୀପାବଳି କୁ ଅପେକ୍ଷା କରିବେକି ନାହିଁ ସେ ନେଇ କାରିଗର ମାନେ ଚିନ୍ତାରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking