ରାଉରକେଲାରେ ଛଟ୍ ପୂଜା ବନ୍ଦ

ରାଉରକେଲା: ଚଳିତବର୍ଷ ରାଉରକେଲା ସହରରେ ଛଟ୍ ପୂଜା ହେବନି ବୋଲି ସୂଚନା ମିଳିଛି । କରୋନା ସଂକ୍ରମଣ ଆଶଙ୍କାରେ ପୂଜାକୁ ବାରଣ କରିଛନ୍ତି ଏଡିଏମ । ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ଜାରି ରହିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୋଟ କୋରନା ଆକ୍ରନ୍ତଙ୍କ ସଂଖ୍ୟା ୯୮୬ ଥିଲାବେଳେ ସେଥିରୁ କ୍ୱାରେନଟାଇନ ୫୭୨ ଓ ୪୧୪ ଜଣ ସ୍ଥାନୀୟ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୫୯୮୬ ହେଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୯୨୪୭୭ ଜଣ । ଏବେ ମୋଟ ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୭୩ ।ଏହା ନେଇ ସୂଚନା ଓ ଲୋକ ସର୍ମ୍ପକ ବିଭାଗରୁ ସୂଚନା ମିଳିଛି ।
ସେହିଭଳି , ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଏବେ ମଧ୍ୟ କମୁନାହିଁ । ଆଜି ରାଜ୍ୟରେ ମୋଟ ୧୪ ଜଣଙ୍କ ମୃତ୍ୟୁ ହେ।ଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହେ।ଇଥିବା ବେଳେ ସୁନ୍ଦରଗଡ଼ ଓ ନୂଆପଡ଼ାରୁ ୨ ଜଣ ଓ ବରଗଡ଼,ବାଲେଶ୍ୱର, କଟକ,କଳାହାଣ୍ଡି,କେନ୍ଦ୍ରାପଡ଼ା,ମୟୁରଭଞ୍ଜ ,ସମ୍ବଲପୁର ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୧୪୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here