25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଗାଜା ପରିସ୍ଥିତି ସଙ୍ଗୀନ, ଇସ୍ରାଏଲ୍ ଉପରେ ହମାସ୍‌ର ଘନ ଘନ ରକେଟ୍ ମାଡ଼

ଗାଜା ପରିସ୍ଥିତି ସଙ୍ଗୀନ, ଇସ୍ରାଏଲ୍ ଉପରେ ହମାସ୍‌ର ଘନ ଘନ ରକେଟ୍ ମାଡ଼

ନୂଆଦିଲ୍ଲୀ : ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ସଂଘର୍ଷ ଜାରି ରହିଛି । ଇତିମଧ୍ୟରେ ଇସ୍ରାଏଲ୍‌ର ସହରଗୁଡ଼ିକ ଉପରେ ପାଲେଷ୍ଟାଇନ୍ ଆତଙ୍କୀ ସଂଗଠନ ହମାସ୍ ପକ୍ଷରୁ ଘନ ଘନ ରକେଟ୍ ମାଡ଼ କରାଯାଇଥିଲାବେଳେ ଅନ୍ୟପକ୍ଷରେ ଗାଜା ସହର ଉପରେ ଇସ୍ରାଏଲ୍ ପ୍ରବଳ ବୋମାମାଡ଼ କରିଛି । ଶୁକ୍ରବାର ଇସ୍ରାଏଲ୍‌ର ବୋମାମାଡ଼ ଫଳରେ ଗାଜାରେ ରହୁଥିବା ଏକ ପାଲେଷ୍ଟାଇନୀୟ ପରିବାରର ସମସ୍ତେ ପ୍ରାଣ ହରାଇଛନ୍ତି । ଗୋଟିଏ ଘରେ ଏହି ପରିବାରର ୬ଜଣ ଯାକ ସଦସ୍ୟ ରହୁଥିଲାବେଳେ ଇସ୍ରାଏଲ୍ ବିମାନ ଆକ୍ରମଣରେ ସମସ୍ତଙ୍କ ମୃତ୍ୟୁ ହୋଇଛି । ଉଲ୍ଲେଖଯୋଗ୍ୟ, ଗତ ୪ଦିନ ମଧ୍ୟରେ ଏହି ସଂଘର୍ଷରେ ୨୯ଜଣ ଶିଶୁଙ୍କ ସମେତ ୧୦୯ଜଣଙ୍କ ପ୍ରାଣହାନୀ ଘଟିଲାଣି । ପରିସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଥିବାରୁ ପାଲେଷ୍ଟାଇନ୍‌ରୁ ଲୋକମାନେ ପଳାୟନ କରୁଛନ୍ତି । ଗାଜା ସହର ହମାସ୍‌ର ନିୟନ୍ତ୍ରଣରେ ଥିଲାବେଳେ ଇସ୍ରାଏଲ୍ ପ୍ରବଳ ଆକ୍ରମଣ କରି ଏହାର ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଛି । ଅନ୍ୟପକ୍ଷରେ ହମାସ୍ ପକ୍ଷରୁ ଇସ୍ରାଏଲ୍‌ର ଜେରୁଜେଲମ୍‌, ତେଲଆଭିଭ ଉପରେ ପ୍ରାୟ ୧୫୦୦ରୁ ଅଧିକ ରକେଟ୍ ମାଡ଼ କରାଯାଇଛି । କିନ୍ତୁ ଅଧିକାଂଶ ରକେଟ୍‌କୁ ଇସ୍ରାଏଲ୍‌ର ଆଇରନ୍ ଡୋମ୍ ନଷ୍ଟ କରିଦେଇଛି । ଇତିମଧ୍ୟରେ ହମାସ୍‌ର ରକେଟ୍ ମାଡ଼ ଜବାବରେ ଇସ୍ରାଏଲ୍ ପକ୍ଷରୁ ୬୦୦ଥର ବିମାନ ଆକ୍ରମଣ କରାଗଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking