38 C
Bhubaneswar
Wednesday, May 25, 2022
Homeକରୋନାଗୋଆ ହସ୍ପିଟାଲରେ ୪ଦିନରେ ୭୫ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ଗୋଆ ହସ୍ପିଟାଲରେ ୪ଦିନରେ ୭୫ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ପାଣାଜୀ : ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନାର ମୃତ୍ୟୁ ତାଣ୍ଡବ ଜାରି ରହିଛି । ଗତ ୪ଦିନ ମଧ୍ୟରେ ଗୋଆର ବୃହତ୍ତମ ଏହି ସରକାରୀ ହସ୍ପିଟାଲରେ ୭୫ଜଣ କୋଭିଡ୍ ରୋଗୀଙ୍କ ପ୍ରାଣହାନୀ ଘଟିଛି । ମେଡିକାଲ ଅକ୍ସିଜେନ ଅଭାବରୁ ଏଭଳି ଅଘଟଣ ଘଟିଛି । ଗତ ଶୁକ୍ରବାର ୧୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଗୁରୁବାର ୧୫ଜଣ, ବୁଧବାର ୨୧ଜଣ ଏବଂ ମଙ୍ଗଳବାର ୨୬ଜଣଙ୍କ ପ୍ରାଣହାନୀ ଘଟିଥିଲା । ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ଏ ସମ୍ପର୍କିତ ମାମଲା ଶୁଣାଣି କରିବା ସମୟରେ ଏଥିନେଇ ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ । ରୋଗୀଙ୍କୁ ମେଡିକାଲ ଅକ୍ସିଜେନ ଯୋଗାଣରେ କେତେକ ବୈଷୟିକ ତ୍ରୁଟି ରହିଥିଲା ବୋଲି କୁହାଯାଉଛି । ଗୋଆ ବେଞ୍ଚର ଜଷ୍ଟିସ୍ ନୀତିନ ସାମ୍ବ୍ରେ ଓ ମହେଶ ସୋନକଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଆଡ଼ଭୋକେଟ୍ ଜେନେରାଲ ଦେବୀ ଦାସ ପାଙ୍ଗମ କହିଥିଲେ, ଯେଉଁ ଟ୍ରାକ୍ଟରରେ ହସ୍ପିଟାଲକୁ ଅକ୍ସିଜେନ ଟ୍ରଲି ଅଣାଯାଇଥିଲା ସେଥିରେ ତ୍ରୁଟି ରହିବାରୁ ରୋଗୀଙ୍କୁ ଅକ୍ସିଜେନ ସପ୍ଲାଏ ଲାଇନ୍‌ରେ ଚାପ କମିଯାଇଥିଲା । ଫଳରେ ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଛନ୍ତି ।

ଅକ୍ସିଜେନ ଅଭାବଜନିତ ମାମଲାର ଶୁଣାଣିକରି ହାଇକୋର୍ଟ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ହସ୍ପିଟାଲରେ ରାତି ୨ଟା ବେଳେ ହଠାତ୍ ଅକ୍ସିଜେନ ଯୋଗାଣ କମିବା ପରେ ରୋଗୀଙ୍କ ଆତ୍ମୀୟ ସ୍ୱଜନମାନେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେତେବେଳେ ହସ୍ପିଟାଲରେ ମାତ୍ର ତିନୋଟି ସିଲିଣ୍ଡର ଥିଲା ବୋଲି ଜଣେ ଡାକ୍ତର କହିଛନ୍ତି । ରାତି ୨ଟା ୧୫ରୁ ସକାଳ ୬ଟା ମଧ୍ୟରେ ଏହି ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ଅକ୍ସିଜେନ ଅଭାବ କାରଣରୁ ଘଟିଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଗୋଆ କଂଗ୍ରେସ ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛି । ଏଥିନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍ ରାଣେଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି କଂଗ୍ରେସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking