25.1 C
Bhubaneswar
Thursday, May 9, 2024
Homeଖେଳବିଶ୍ୱକପ କ୍ରିକେଟ, ଆରମ୍ଭରୁ ଭାରତକୁ ଶକ୍ତ ଝଟ୍‌କା, ଖେଳିବେନି ଶୁବମନ୍ ଗିଲ୍‌

ବିଶ୍ୱକପ କ୍ରିକେଟ, ଆରମ୍ଭରୁ ଭାରତକୁ ଶକ୍ତ ଝଟ୍‌କା, ଖେଳିବେନି ଶୁବମନ୍ ଗିଲ୍‌

ନୂଆଦିଲ୍ଲୀ: ବିଶ୍ୱ କପ୍ ଆରମ୍ଭରୁ ଭାରତକୁ ଶକ୍ତ ଝଟ୍‌କା ଲାଗିଛି । ଆଜି ଅଷ୍ଟ୍ରେିଲିଆ ବିପକ୍ଷ ପ୍ରଥମ ମ୍ୟାଚ ଖେଳିବେନି ଶୁବମନ ଗିଲ୍ । ଡେଙ୍ଗୁରୁ ପୁରା ସୁସ୍ଥ ହୋଇନଥିବାରୁ ଖେଳିପାରିବେନି । ରୋହିତଙ୍କ ସହ ଈଶାନ କିଶନ ଇନିଂସ ଓପନ କରିବା ସମ୍ଭାବନା ରହିଛି ।
୧୪୦ କୋଟି ଭାରତୀୟଙ୍କ ଆଶା ଓ ବିଶ୍ୱାସ ନେଇ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ଆଜି ଠାରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ୧୨ ବର୍ଷ ପରେ ଭାରତକୁ ବିଶ୍ୱକପ ଫେରିଥିବା ବେଳେ ଟ୍ରଫି ଜିତିବା ଲକ୍ଷ୍ୟରେ ଭାରତୀୟ କ୍ରିକେଟ ଟିମ।
ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରୁ ଟିମ ଇଣ୍ଡିଆ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ସ୍ପିନକୁ ସୁହାଉଥିବା ଚେନ୍ନାଇର ଚେପକ ଷ୍ଟାଡିୟମରେ ଆଜି ଦିନ ୨ଟାରୁ ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ପାୱାର ହାଉସ ମୁହାଁମୁହିଁ ହେବେ।
ଏସିଆନ ଗେମ୍ସରେ ଦେଶବାସୀ ଦେଖିଥିବା ସ୍ୱପ୍ନକୁ ଖେଳାଳିମାନେ କିଛିଟା ଅଂଶରେ ପୂରଣ କରିଛନ୍ତି। ଏବେ ପୂରା ଦେଶରେ ଏସିଆନ ଗେମ୍ସ ମାନିଆ। ଭାରତୀୟ ଆଥଲେଟିକ୍ସମାନେ ମଧ୍ୟ ୧୦୭ ପଦକ ଜିତି ଅବ କି ବାର ୧୦୦ ପାର ନାରାକୁ ସଫଳ କରିଛନ୍ତି।
ଏସିଆନ ଗେମ୍ସରେ ଭାଗ ଦେଇଥିବା ଭାରତୀୟ ଯୁବ କ୍ରିକେଟ ବାହିନୀ ସ୍ୱର୍ଣ୍ଣ ପଦକ ହାତେଇଛି। ଏବେ ସିନିୟର ଟିମ ବିଶ୍ୱକପ ଜିତି ଭାରତୀୟ କ୍ରିକେଟରେ ନୂଆ ଅଧ୍ୟାୟ ସୃଷ୍ଟି କରୁ ବୋଲି ସମସ୍ତେ ଆଶା କରିଛନ୍ତି। ଭାରତରେ ବିଶ୍ୱକପ ଖେଳା ଯାଉଥିବାରୁ କ୍ରୀଡ଼ାପ୍ରେମୀଙ୍କ ଆଶା ଅଧିକ ବଢ଼ି ଯାଇଛି।
୨୦୧୧ରେ ଭାରତରେ ବିଶ୍ୱକପ ଖେଳା ଯାଇଥିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ଭାରତ ଟ୍ରଫି କବଜା କରିଥିଲା। ଏଥର ଭାରତୀୟ କ୍ରୀଡ଼ା ପ୍ରେମୀ ରୋହିତ ଆଣ୍ଡ କୋ ଠାରୁ ସେମିତି କିଛି ଆଶା ରଖିଛନ୍ତି। ତେବେ ଦଳର ବିଶ୍ୱକପ ଦଖଲ କରିବା ମିଶନ ସେତେ ସହଜ ହେବନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking