31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା ପାଇଲେ ଶକ୍ତିକାନ୍ତ ଦାସ

ବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା ପାଇଲେ ଶକ୍ତିକାନ୍ତ ଦାସ

ବ୍ୟୁରୋ : ବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା ପାଇଲେ ଶକ୍ତିକାନ୍ତ ଦାସ । ୨୦୨୩ ଗ୍ଲୋବାଲ ବ୍ୟାଙ୍କର ରିପୋର୍ଟ କାର୍ଡରେ ଶକ୍ତିକାନ୍ତ ଦାସଙ୍କୁ `ଏ+’ରେଟିଂ ମିଳିଛି । ଶକ୍ତିକାନ୍ତ ଦାସଙ୍କୁ ତିନିଟି କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ତାଲିକାର ଶୀର୍ଷ ସ୍ଥାନରେ ରଖାଯାଇଛି । ତିନିଟି କେନ୍ଦ୍ରୀୟ ବ୍ୟାଙ୍କ – ଭାରତ, ଭିଏତନାମ ଓ ସ୍ବିଜରଲ୍ୟାଣ୍ଡ ଗଭର୍ଣ୍ଣରଙ୍କ ନାମ ତାଲିକାଭୁକ୍ତ କରାଯାଇଥିଲା । କିନ୍ତୁ ଭାରତର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା ମିଳିଛି । ଟ୍ବିଟ କରି ଆରବିଆଇ ଗଭର୍ଣ୍ଣରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟମାନେ ଶୁଭେଚ୍ଛା ଜଣାଇଥିଲେ । ଭାରତର ଆର୍ଥିକ ନେତୃତ୍ବକୁ ଏହା ପ୍ରତିଫଳିତ କରୁଛି ବୋଲି ପିଏମ ମୋଦି ନିଜର ଟ୍ବିଟରେ ଉଲ୍ଲେଖ କରିଛନ୍ତି। ଦରଦାମ  ନିୟନ୍ତ୍ରଣ, ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ, ମୁଦ୍ରା ସ୍ଥିରତା ଓ ସୁଧହାର ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶକ୍ତିକାନ୍ତ ଦାସଙ୍କୁ ବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା ଦିଆଯାଇଛି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଛନ୍ତି। ବିଶ୍ବର ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା ଭାରତ ପାଇସାରିବାପରେ ଏହା ଭାରତ ପାଇଁ ଏକ ଗର୍ବର ମୂହୁର୍ତ୍ତ । ୨୦୧୬ ମସିହାରେ ବିମୁଦ୍ରୀକରଣ ସମୟରେ ଶକ୍ତିକାନ୍ତ ଦାସ କେନ୍ଦ୍ର ଅର୍ଥ ସଚିବ ଭାବେ ଏହାକୁ ସଫଳ ପରିଚାଳନା କରିଥିଲେ। ଯାହା ଏକ ଗୁରତ୍ବପୂର୍ଣ୍ଣ କାର୍ଯ୍ୟ ଥିଲା । ସୂଚନା ଅନୁସାରେ, ଜୁନ୍ ମାସରେ ଲଣ୍ଡନର ସେଣ୍ଟ୍ରାଲ୍ ବ୍ୟାଙ୍କିଙ୍ଗ୍ ଆୱାର୍ଡସ୍ ୨୦୨୩ରେ ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ୍ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking