29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶକାଲିଠାରୁ ରାଜ୍ୟରେ ପୁଣି ଖୋଲିବ ସ୍କୁଲ

କାଲିଠାରୁ ରାଜ୍ୟରେ ପୁଣି ଖୋଲିବ ସ୍କୁଲ

ନୂଆଦିଲ୍ଲୀ: : ସୋମବାରଠାରୁ ପୁଣି ଖୋଲିବ ସ୍କୁଲ। ସକାଳ ସାଢେ ୬ଟାରୁ ୧୧ଟା ଯାଏଁ ହେବ ପାଠପଢା । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ସକାଳୁଆ ସ୍କୁଲ ନେଇ ରାଜ୍ୟ ସରକାରଏକ ବିଜ୍ଞପ୍ତି ଜାରି କରିଛନ୍ତି । ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହକୁ  ଦୃଷ୍ଟିରେ ରଖି ସରକାର ଛୁଟି ଘୋଷଣା କରିଥିଲେ ।

ତେବେ ଘୋଷଣା ହୋଇଥିବା ଏହି ଛୁଟିର ଅବଧି ଆଜି ଶେଷ ହେଉଛି । ତେବେ ତାତି କମିବା ନେଇ ସମ୍ଭାବନା ଥିବାରୁ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତେବେ ସ୍କୁଲ ଖୋଲିବା  ପରେ ପୂର୍ବ ଭଳି ସକାଳ ସାଢେ ୬ଟାରୁ ଦିନ ୧୧ଟା ଯାଏଁ ପାଠପଢା ହେବ ।

ସେପଟେ ଖରା ଦିନ ହେତୁ ସମସ୍ତ ସ୍କୁଲ ଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସୁବିଧା ଉପଲବ୍ଧ କରାଇବା ଲାଗି ସ୍କୁଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।  ତେବେ ସ୍ଥଳ ବିଶେଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ଦାୟିତ୍ବରେ ଥିବା ଜିଲ୍ଲା ଗୁଡ଼ିକର ସ୍କୁଲ ସମୟ ବଦଳାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking