27.1 C
Bhubaneswar
Tuesday, May 7, 2024
Homeଓଡିଶାପ୍ଲଟ୍ ଦେବା ନାଁରେ ୧୫ ଲକ୍ଷ ଠକେଇ, ୫ ବର୍ଷ ପରେ ଅଭିଯୁକ୍ତ ଗିରଫ

ପ୍ଲଟ୍ ଦେବା ନାଁରେ ୧୫ ଲକ୍ଷ ଠକେଇ, ୫ ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:  ଜଣେ ବ୍ୟକ୍ତିଙ୍କୁ ଏକ ବିଲ୍ଡର ସଂସ୍ଥା ପ୍ଲଟ ଦେବାକୁ କହି ୧୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗର ତଦନ୍ତ କରି ଦୀର୍ଘ ୫ ବର୍ଷ ପରେ ମଞ୍ଚେଶ୍ୱର ଥାନା ପୁଲିସ ବିଲ୍ଡର ସଂସ୍ଥାର ଏମଡିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ସହିଦନଗର ଥାନା ଅନ୍ତର୍ଗତ ଭିଏସ୍‌ଏସ୍ ନଗରରେ ରହୁଥିବା ଅମିୟ କୁମାର ରଥ(୫୦) ବୋଲି ଜଣାଯାଇଛି । । ସୂଚନା ଅନୁଯାୟୀ ଅମିୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ  ସିଂହଦ୍ୱାର ରିଏଲ୍‌ଇଷ୍ଟେଟ ନାମରେ ଏକ କମ୍ପାନୀ କରି ଜମି କିଣାବିକା ବ୍ୟବସାୟ କରନ୍ତି । ତେବେ ୨୦୧୪ ମସିହା ଏପ୍ରିଲ ୨ ତାରିଖରେ ଚନ୍ଦ୍ରଶେଖରପୁର ଥାନା ବିଡିଏ କଲୋନୀରେ ରହୁଥିବା ବିଜୟ କୁମାର ସ୍ୱାଇଁ ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟ ଗାଢକଣ ଅଞ୍ଚଳରେ ଥିବା ଏକ ପ୍ଲଟ କିଣିଥିଲେ ।

ଏଥିପାଇଁ  ବିଲ୍ଡର ସଂସ୍ଥାର ଏମଡି ଅମୀୟଙ୍କୁ ପର୍ଯ୍ୟାୟକ୍ରମେ ୧୫ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ । ତେବେ ଅମୀୟ ତାଙ୍କୁ  ଦସ୍ତଗତ ନଥିବା ଏକ ରେଜିଷ୍ଟ୍ରେସନ କାଗଜ ଦେଇ କିଛିଦିନ ପରେ ପ୍ଲଟର ପ୍ରକୃତ ପଟ୍ଟା ଦେବା ପାଇଁ କହି ଆଉ ଦେଇନଥିଲେ । ଏନେଇ ବିଜୟଙ୍କ ସନ୍ଦେହ ଉପୁଜିବାରୁ ପ୍ରକୃତ ପ୍ରମାଣପତ୍ର ପାଇଁ ସବରେଜିଷ୍ଟର କାର୍ଯ୍ୟାଳୟରେ ଯୋଗଯୋଗ କରିବାରୁ ଉକ୍ତ ଜମି ଅନ୍ୟ ଜଣକ ନାମରେ ଥିଲା ବୋଲି ଜଣିବାକୁ ପାଇଥିଲେ । ପରେ ବାରମ୍ବାର ଟଙ୍କା ଫେରାଇବା ପାଇଁ କହିବା ସତ୍ତ୍ୱେ ଅମୀୟ ଟଙ୍କା ନଦେବାରୁ ୨୦୧୭ ଅଗଷ୍ଟ ୨୮ରେ ମଞ୍ଚେଶ୍ୱର ଥାନାରେ ବିଜୟ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା(୩୭୨/୧୭) ରୁଜୁ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking