35.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶସଞ୍ଜୟ କୁମାର ବର୍ମା ମହାରାଷ୍ଟ୍ରର ନୂଆ ଡିଜିପି

ସଞ୍ଜୟ କୁମାର ବର୍ମା ମହାରାଷ୍ଟ୍ରର ନୂଆ ଡିଜିପି

ମୁମ୍ବାଇ: ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ୧୯୯୦ ବ୍ୟାଚ୍‌ର ଆଇପିଏସ ସଞ୍ଜୟ କୁମାର ବର୍ମାଙ୍କୁ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ବା ଡିଜିପି ଭାବେ ନିଯୁକ୍ତି ମିଳିଛି। ବର୍ତ୍ତମାନ ଆଇପିଏସ ବର୍ମା ଲିଗାଲ ଓ ଟେକ୍ନିକାଲ ମହାନିର୍ଦ୍ଦେଶକ ଭାବେ କାମ କରୁଥିବା ବେଳେ ତାଙ୍କୁ ତତ୍କାଳ ଭାବେ ତାଙ୍କୁ ମହାରାଷ୍ଟ୍ର ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ବିଦାୟୀ ଡିଜିପି ରଶ୍ମୀ ଶୁକ୍ଳାଙ୍କ ସ୍ଥାନରେ ସେ ଏବେ ମହାରାଷ୍ଟ୍ର ଡିଜିପି ଭାବେ କାର୍ଯ୍ୟ କରିବେ।
ପ୍ରକାଶ, ବିଦାୟୀ ରଶ୍ମୀ ଶୁକ୍ଳାଙ୍କ ବିରୋଧରେ ଶାସକ ଦଳ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ଭଳି ସଂଗୀନ ଅଭିଯୋଗ ଆଣିଥିଲେ ବିରୋଧୀ ଦଳ। ବିଶେଷ କରି ନିର୍ବାଚନ ସମୟରେ ଡିଜିପି ରଶ୍ମୀ ବିରୋଧୀ ଦଳଙ୍କ ପ୍ରଚାର କାର୍ଯ୍ୟକ୍ରମରେ ବାଧକ ସାଜୁଥିବା ଅଭିଯୋଗ ହୋଇଥିଲା। ଏହାପରେ ନିର୍ବାଚନ କମିଶନ ରଶ୍ମୀଙ୍କୁ ମହାରାଷ୍ଟ୍ରର ଡିଜିପି ପଦରୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ତାଙ୍କ ସ୍ଥାନରେ ଜଣେ ନୂଆ ଡିଜିପିଙ୍କୁ ଅବସ୍ଥାପିତ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ ଡିଜିପି ପଦ ପାଇଁ ସୁପାରିଶ କରାଯିବା ପରେ ଆଜି ସଞ୍ଜୟ ବର୍ମାଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତି ମିଳିଛି। ସେ ଏହି ପଦରେ ୨୦୨୮ ଏପ୍ରିଲ ମାସ ଯାଏ କାର୍ଯ୍ୟ କରିବେ। ପ୍ରକାଶ, ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାର ସମୟରେ ରଶ୍ମୀ ଶୁକ୍ଳା, ରାଜ୍ୟ ଗୁଇନ୍ଦା ବିଭାଗର ମୁଖ୍ୟ ଥିଲେ। ସେତେବେଳେ କିଛି ବରିଷ୍ଠ ରାଜନୀତିକ ନେତାଙ୍କ ଫୋନକୁ ସେ ଟ୍ୟାପ୍ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କ ବିରୋଧରେ ତିନୋଟି ମାମଲା ରୁଜୁ ହୋଇଥିଲା। ତେବେ ରଶ୍ମୀ ଶୁକ୍ଳାଙ୍କୁ ଏବେ ଡେପୁଟେସନରେ ସଶସ୍ତ୍ର ସୀମା ବଳକୁ ପଠାଇ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking