31.1 C
Bhubaneswar
Friday, May 1, 2026
Homeଦେଶ ବିଦେଶକେନ୍ଦ୍ରମନ୍ତ୍ରୀ କୁମାରାସ୍ୱାମୀ ଓ ପୁଅ ନାଁରେ ଏଫ୍‌ଆଇଆର୍‌

କେନ୍ଦ୍ରମନ୍ତ୍ରୀ କୁମାରାସ୍ୱାମୀ ଓ ପୁଅ ନାଁରେ ଏଫ୍‌ଆଇଆର୍‌

ବେଙ୍ଗାଲୁରୁ : କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ, ପୁଅ ନିଖିଲ ଓ ଜେଡିଏସ୍‌ର ବିଧାୟକ ସୁରେଶ ବାବୁଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ହୋଇଛି। କୁମାରାସ୍ୱାମୀଙ୍କ ବିରୋଧରେ ଥିବା ଖଣି ଦୁର୍ନୀତି କେସ୍‌ର ତଦନ୍ତ କରୁଥିବା ଅତିରିକ୍ତ ମହାନିର୍ଦ୍ଦେଶକ ଏମ୍ ଚନ୍ଦ୍ରଶେଖର ନାମକ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଏମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଆଇପିଏସ୍ ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଏଫ୍‌ଆଇଆରକୁ ପଞ୍ଜିକୃତ କରିଛି। ଅତିରିକ୍ତ ମହାନିର୍ଦ୍ଦେଶକ ଏମ୍ ଚନ୍ଦ୍ରଶେଖର ତାଙ୍କ ଅଭିଯୋଗରେ କହିଛନ୍ତି ଯେ, କୁମାରାସ୍ୱାମୀ ଜଣେ ସରକାରୀ କର୍ମଚାରୀଙ୍କ ଧମକ ଦେଇଛନ୍ତି ଓ ତାଙ୍କୁ ତାଙ୍କ କର୍ତ୍ତବ୍ୟ କରିବାରେ ବାଧା ସୃଷ୍ଟି କରିଛନ୍ତି।
କୁମାରାସ୍ୱାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ୨୦୦୬ରୁ ୨୦୦୮ ଯାଏ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ବେଆଇନ ଭାବେ ବରେଲରେ ଥିବା ୫୫୦ ଏକର ମାଇନିଂକୁ ଲିଜ୍ ସୂତ୍ରରେ ଶ୍ରୀ ସାଇ ଭେଙ୍କଟେଶ୍ୱରା ମନିର୍ଲାସକୁ ଦେଇଥିଲେ। ଏହାର ତଦନ୍ତ ଭାରତ ଏସ୍‌ଆଇଟି ଆରମ୍ଭ କରିଛି। ଏହି ଏସ୍‌ଆଇଟି ଟିମ୍‌ର ନେତୃତ୍ୱ ଚନ୍ଦ୍ରଶେଖର ନେଉଛନ୍ତି। ତେବେ ଏସ୍‌ଆଇଟି ପାଇଥିବା ପ୍ରମାଣ ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା ଏବଂ କୁମାରାସ୍ୱାମୀଙ୍କ ବିରୋଧରେ ମାମଲା ଚଳାଇବାକ ୨୧/୧୧/୨୦୨୩ରେ ଚିଠି ଲେଖି କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଅନୁମତି ମାଗିଥିଲା। ଏହାପରଠାରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ କୁମାରସ୍ୱାମୀଙ୍କ ପକ୍ଷରୁ ଧମକ ଦିଆଯାଉଥିବା ଅତିରିକ୍ତ ମହାନିର୍ଦ୍ଦେଶକ ଏମ୍ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କୁମାରାସ୍ୱାମୀ ଓ ତାଙ୍କ ପୁଅ ନିଖିଲ ସେମାନଙ୍କ ବିରୋଧରେ ଅତିରିକ୍ତ ମହାନିର୍ଦ୍ଦେଶକ ଏମ୍ ଚନ୍ଦ୍ରଶେଖର ଏପ୍ରକାର ମିଥ୍ୟା ଅଭିଯୋଗ ଆଣି ସେମାନଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି। କର୍ଣ୍ଣାଟକ କ୍ୟାଡର ଅଫିସର ଭାବେ କାର୍ଯ୍ୟ କରିବା ପାଇଁ ଚନ୍ଦ୍ରଶେଖର ନକଲି ମେଡିକାଲ ପ୍ରମାଣପତ୍ର ଦେଇଥିବା ବାପା-ପୁଅ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking