29.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଭୁଲ୍ ତଥ୍ୟ ପ୍ରଦାନ ଅଭିଯୋଗ, ୱିକିପିଡିଆକୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ଭୁଲ୍ ତଥ୍ୟ ପ୍ରଦାନ ଅଭିଯୋଗ, ୱିକିପିଡିଆକୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ନୂଆଦିଲ୍ଲୀ: ୱିକିପିଡିଆ ପ୍ଲାଟଫର୍ମରେ ପକ୍ଷପାତିତା ଏବଂ ଭୁଲ ତଥ୍ୟ ଉପଲବ୍ଧ ହେଉଥିବା ନେଇ ଅଭିଯୋଗ ପ୍ରବଳ ହେବା ପରେ କାର୍ଯ୍ୟାନୁଷ୍ଠାନ ମୁଡ୍‌କୁ ଆସିଛନ୍ତି କେନ୍ଦ୍ର ସରକାର। ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ୱିକିପିଡିଆ କର୍ତ୍ତୃପକ୍ଷଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି। ଇଣ୍ଟରନେଟ୍ ଏନସାଇକ୍ଲୋପିଡ଼ିଆକୁ ପଠାଯାଇଥିବା ଏହି ନୋଟିସ୍‌ରେ ସରକାର ଦର୍ଶାଇଛନ୍ତି ଯେ ସମ୍ପାଦକଙ୍କର ଏକ ଛୋଟ ଗୋଷ୍ଠୀ ବିଷୟବସ୍ତୁ ଉପରେ ପୂରା ନିୟନ୍ତ୍ରଣ ରଖୁଥିବା ଜଣାପଡୁଛି। ସୁତରାଂ ଭାରତ ସରକାର ୱିକିପିଡିଆକୁ ମଧ୍ୟସ୍ଥି ପରିବର୍ତ୍ତେ ପ୍ରକାଶକ ଭାବେ କାହିଁକି ଶ୍ରେଣୀଭୁକ୍ତ କରାଯିବ ନାହିଁ ସେନେଇ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି। ଯଦିଓ ଭାରତ ସରକାର କିମ୍ବା ଉଇକିପିଡ଼ିଆ ଏପର୍ଯ୍ୟନ୍ତ ଏସମ୍ପର୍କରେ କୌଣସି ପ୍ରକାରର ସରକାରୀ ବିବୃତି ଜାରି କରିନାହାନ୍ତି କିନ୍ତୁ ନିର୍ଭରଯୋଗ୍ୟ ସୂତ୍ରରୁ ଭାରତ ସରକାର ଏବଂ ୱିକିପିଡିଆ ମଧ୍ୟରେ ଏପ୍ରକାର ଛକାପଞ୍ଝା ଜାରି ରହିଥିବା ଜଣାପଡିଛି।
ପ୍ରକାଶ, ଏହି ପ୍ରସଙ୍ଗରେ ଗତ ଦୁଇ ମାସ ପୂର୍ବେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ୱିକିପିଡିଆକୁ ତୀବ୍ର ସମାଲୋଚନା କରିଥିଲେ ଏବଂ ନ୍ରୁଜ୍ ଏଜେନ୍ସି ଏସିୟାନ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ଏଏନ୍‌ଆଇ) ଦ୍ୱାରା ଦାଖଲ ହୋଇଥିବା ମାମଲାରେ ଭାରତରେ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଥିଲେ। ସୂଚନାଯୋଗ୍ୟ, ଏକ ମାଗଣା ଅନଲାଇନ୍ ଏନ୍‌ସାଇକ୍ଲୋପିଡ଼ିଆ ଭାବରେ ଜଣାଶୁଣା ୱିକିପିଡିଆ, ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ବିଷୟ ଉପରେ ପୃଷ୍ଠା ସୃଷ୍ଟି ଏବଂ ସଂପାଦନ କରିବାକୁ ଅନୁମତି ଦେଇଥାଏ। ଫଳରେ ଯିଏ ଯାହା ଲେଖିଲେ ବି ତାହା ସେଠାରେ ସ୍ଥାନିତ ହୋଇଥାଏ। ସୁତରାଂ ବେଳେବେଳେ ୱିକିପିଡିଆରେ କିଛି ଭୁଲ୍ ତଥା ଉଦ୍‌ଭ୍ରାନ୍ତଜନକ ତଥ୍ୟ ମଧ୍ୟ ଉଲ୍ଲେଖ ରହିଥାଏ ଯାହାକି ପରବର୍ତ୍ତୀ ସମୟରେ ଏହାକୁ ଯେତେବେଳେ ଆକ୍‌ସେସ୍ କରାଯିବା ସମୟରେ ସବୁକିଛି ସାମ୍ନାକୁ ଆସିଯାଇଥାଏ। ୱିକିପିଡିଆକୁ ଜିମି ୱେଲ୍ସ ଏବଂ ଲ୍ୟାରି ସେଙ୍ଗର ଆରମ୍ଭ କରିଥିଲେ। ୨୦୦୧ରେ ଏହା ସର୍ବପ୍ରଥମେ ଇଂରାଜୀ ଭାଷାରେ ଆରମ୍ଭ ହୋଇଥିବା ବେଳେ ୨୦୦୩ରେ ଏହା ହିନ୍ଦୀ ଭାଷାରେ ମଧ୍ୟ ଉପଲବ୍ଧ ହେବା ଆରମ୍ଭ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking