32.1 C
Bhubaneswar
Thursday, May 2, 2024
Homeଓଡିଶାଚୋରା ବାଲି ଚାଲାଣ କାରୀଙ୍କ ଚରାଭୂଇଁ ପାଲଟିଛି ତେଲକୋଇ ତହସିଲ ର ସମାକୋଇ ନଦୀ

ଚୋରା ବାଲି ଚାଲାଣ କାରୀଙ୍କ ଚରାଭୂଇଁ ପାଲଟିଛି ତେଲକୋଇ ତହସିଲ ର ସମାକୋଇ ନଦୀ

ତେଲକୋଇ : ଚୋରା ବାଲି ଚାଲାଣ କାରୀଙ୍କ ଚରାଭୂଇଁ ପାଲଟିଛି ତେଲକୋଇ ତହସିଲ ଅଧିନ ସମାକୋଇ ନଦୀ ର ବାଲିଘାଟ ।କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ଅନ୍ତର୍ଗତ ସମାକୋଇ ନଦୀର ବାଲିଘାଟ ଗୁଡିକରୁ ଦୈନିକ ଶହ ଶହ ଟ୍ରିପ ବାଲି ଚୋରା ରେ ଚାଲାଣ ହେଉଛି ।ସବୁ ଜାଣି ରାଜସ୍ବ ବିଭାଗ ଚୁପ ବସିଚି ।ସମାକୋଇ ନଦୀର ତେଲକୋଇ ଓ ଦୋବଲାପାଳ ବାଲିଘାଟକୁ ରାଜସ୍ବ ବିଭାଗ ବାଲି ଉଠାଇବା ପାଇଁ ଲିଜ ଦେଇଥିବା ବେଳେ ଅନ୍ୟ ବାଲି ଘାଟ ଗୁଡିକୁ ରାଜସ୍ବ ବିଭାଗ ପକ୍ଷରୁ କାହାକୁ ଲିଜ ଦିଆଯାଇନାହିଁ । ସରକାରୀ ଭାବେ ଲିଜ ଦିଆଯାଇ ନଥିବା ପଙ୍ଗା,ତାଳପଦା, ଚକଧର,କୁମୁଣ୍ଡୁ,
ସଂତେଇଭଞ,କଦମବାଲି, ସାପଲାଞୀ,ବାଙ୍ଗୁରୁପାଳ,ଆଦି ୨୦ଗୋଟି ଘାଟ ରୁ ଦୈନିକ ଶହ ଶହ ଟ୍ରିପ ବାଲି ଚୋରାରେ ଚାଲାଣ ହେଉଥିଲେ ମଧ୍ୟ ରାଜସ୍ଵ ବିଭାଗ ର ନିଦ ଭାଙ୍ଗୁ ନାହିଁ ।କେବେ କେମିତି ଗୋଟିଏ ଦୁଇଟି ଗାଡି ସିଜ କରି ନିଜକୁ ଦୋଷ କୁ ଘୋଡାଇବା କୁ ଚେଷ୍ଟା କରୁଚି ରାଜସ୍ବ ବିଭାଗ । ଫଳରେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହେବାସହ ନଦୀର ଜଳସ୍ତର ମଧ୍ୟ ତଳକୁ ଚାଲିଯାଉଛି ।ରାଜସ୍ବ ବିଭାଗ କର୍ମଚାରୀ ଏବଂ ବାଲି ଚୋରା ଚାଲାଣ କାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନଦୀ ବାଲି ସବୁ ସରିବାକୁ ବସିଲାଣି ।ହେଲେ ଏ ବାବଦରେ ଟଙ୍କା ଟିଏ ରାଜସ୍ବ ସରକାରୀ ତହବିଲ କି ଆସୁନାହିଁ ।ଦିନ ଦ୍ବିପ୍ରହର ରେ ପ୍ରଶାସନ ଆଖିରେ ଧୁଳି ଦେଇ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ରାଜସ୍ଵ ବିଭାଗ କାହା ସ୍ବାର୍ଥରେ ଚୋରା ଚାଲାଣ କାରୀଙ୍କୁ ଅନୁକମ୍ପା ଦେଖାଉଛି ତାହା ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।ଏସର୍ମ୍ପକରେ ସ୍ଥାନୀୟ ତହସିଲଦାର କ୍ୟାମେରା ସାମନାରେ ମୁହଁ ଖୋଲି ବାକୁ ନାରାଜ।ବାଇଟ୧-ଗୌରଚନ୍ଦ୍ର ପ୍ରଧାନ, ସର୍ବଜାତୀ ସମ୍ମନ୍ବୟ ସମିତି ସଭାପତି, ତେଲକୋଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking