30.1 C
Bhubaneswar
Friday, April 19, 2024
Homeଓଡିଶାଘର ଭିତରୁ 10 ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ଘର ଭିତରୁ 10 ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ଗଞ୍ଜାମ : ଜିଲ୍ଲାର ଖଲିକୋଟ ରେଞ୍ଜ ଅଧିନସ୍ଥ ବେଗୁନିଆ ପଡା ଅନ୍ତର୍ଗତ ଗୁରୁଝରି ଗ୍ରାମର ଧନୁର୍ଦ୍ଧର ମହାନ୍ତିଙ୍କ ଶୋଇବା ଘରେ ଏକ ଅହିରାଜ ସାପ ପସିଯାଇଥିଲା । ସାପ ଟି ଘରର କାନ୍ଥ ରେ ଥିବା କଣା ଭିତରେ ପଶିଥିବା ଦେଖି ସ୍ନେକ ହେଲ୍ପ ଲାଇନ କୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱପ୍ନାଲୋକ ମିଶ୍ର ଏବଂ ମିହିର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି 10 ଫୁଟ ଲମ୍ବର ଅହିରାଜ ସାପଟିକୁ ଅତ୍ୟନ୍ତ ସତର୍କତା ର ସହିତ ଉଦ୍ଧାର କରି ଏକ ଲମ୍ବା ବ୍ୟାଗରେ ଭର୍ତ୍ତି କରି ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତି ରେ ଗ୍ରାମ ଠାରୁ ଅନେକ ଦୂତରେ ଜଙ୍ଗଲ ଭିତରେ ଛାଡି ଦିଆଯାଇଛି ।

ଅହିରାଜ ସାପର ବିଷ ନ୍ୟୁରୋଟକ୍ସିକ ଏବଂ ଏହି ସାପ କାମୁଡ଼ିଲେ ଯଦି ବିଷ ମଣିଷ ଦେହକୁ ଗଲା, ତେବେ ଭାରତରେ ମୃତ୍ୟୁ ସୁନିଶ୍ଚିତ, କାରଣ ଆମ ଦେଶ ରେ ଅହିରାଜ ସାପ ବିଷ ର ଆଣ୍ଟି ଭେନମ ଉପଲବ୍ଧ ନାହିଁ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଘର ଭିତରୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking