37.1 C
Bhubaneswar
Friday, May 17, 2024
Homeଓଡିଶାଅତିରିକ୍ତ ତହସିଲଦାରଙ୍କ ମନମାନି, ଜବାବ ମାଗିଲେ ଉତ୍ତ୍ୟକ୍ତ ଲୋକେ

ଅତିରିକ୍ତ ତହସିଲଦାରଙ୍କ ମନମାନି, ଜବାବ ମାଗିଲେ ଉତ୍ତ୍ୟକ୍ତ ଲୋକେ

ବ୍ରହ୍ମପୁର:ଗଣତାନ୍ତ୍ରିକ ପଦ୍ଧତିରେ ଲୋକଙ୍କ ସେବା ଓ ମତ କୁ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର 5ଟି ଓ ମୋ ସରକାର ଭଳି ଯୋଜନା କରିଛନ୍ତି । ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ରେ ମୋ ସରକାର ଫଳକ ବି ଲାଗିଛି । ହେଲେ ସରକାରୀ ବାବୁ ମାନେ ଏହି ବ୍ୟବସ୍ଥା କୁ ଦଳି ମକଚି ନିଜର ମର୍ଜି ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକେ ଓ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ । ଏଭଳି ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ତହସିଲ କାର୍ଯ୍ୟାଳୟ ରେ । ଏଠାରେ କର୍ଯ୍ୟରତ ଅତିରିକ୍ତ ତହସିଲଦାର ବିନା କାରଣରେ ବିଭିନ୍ନ ପ୍ରକାର ସାର୍ଟିଫିକେଟ କୁ ଅଯଥା ରେ ପକେଇ ରଖି ଶେଷରେ ରିଜେକ୍ଟ କରି ଦେଉଥିବା ଅଭିଯୋଗ ହୋଇଛି । ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀ, ବିଭିନ୍ନ ହିତାଧିକାରୀଙ୍କ ଆବଶ୍ୟକୀୟ ପ୍ରମାଣପତ୍ର ଠିକ ସମୟରେ ମିଳୁନାହିଁ । ଯାହା ଫଳରେ ବିଭିନ୍ନ ସରକାରୀ ଯୋଜନା ପାଇବା ରୁ ଲୋକେ ବଞ୍ଚିତ ହେଉଛନ୍ତି । ଆଜି ତମାମ ସମସ୍ୟା ନେଇ ବିଜେପି ସହ ସାଧାରଣ ହିତାଧିକାରୀ ମାନେ ଅତିରିକ୍ତ ତହସିଲଦାର ଙ୍କୁ ଘେରାଉ କରି ଜବାବ ତଲବ କରିଥିଲେ । ପ୍ରଥମତଃ ଏଠାରେ ସ୍ଥାୟୀ ତହସିଲଦାର ନାହାନ୍ତି । କାମ ଚଳା ଭାବେ ଅନ୍ୟ ତହସିଲ କାର୍ଯ୍ୟାଳୟ ର ଅତିରିକ୍ତ ତହସିଲଦାର ଙ୍କୁ ତହସିଲଦାର ଦାୟିତ୍ୱ ଦିଆଯାଇଛି ।କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ଏହିଠାରେ କିରାଣୀ କର୍ମଚାରୀ ର ଅଭାବ ଗୋଟିଏ କିରାଣୀ କର୍ମଚାରୀ ଙ୍କୁ ୭ଟି ୮ଟି ଦାୟିତ୍ୱ ଦିଆଯାଇଛି ।କାର୍ଯ୍ୟଳୟ ର ବିଭିନ୍ନ ପ୍ରକାର କାମ ଅଟକି ରହିଛି।ଅନ୍ୟପକ୍ଷରେ ବାଲି ମାଫିଆ ମାନେ ଏହି ସୁଯୋଗ ରେ ରାଜସ୍ବ ଫାଙ୍କି କୋଟି କୋଟି ଟଙ୍କାର ବାଲି ବଂଶଧାରା ନଦୀ ରୁ ଦିନ ରାତି ଚାଲାଣ କରୁଛନ୍ତି । ସମସ୍ୟା ତିନି ଚାରି ଦିନ ମଧ୍ୟରେ ସମାଧାନ ନ ହେଲେ ତହସିଲ କାର୍ଯ୍ୟାଳୟ ରେ ଚାବି ପକାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।   ଟି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking