36.1 C
Bhubaneswar
Monday, May 6, 2024
Homeଓଡିଶା୩ ମାସ ହେଲାଣି ଦରମା ପାଇନାହାନ୍ତି ନର୍ସ

୩ ମାସ ହେଲାଣି ଦରମା ପାଇନାହାନ୍ତି ନର୍ସ

ସମ୍ବଲପୁର : ବୁର୍ଲା ଭିମସାରରେ ନର୍ସ ହାଲ୍ଲାବୋଲ କରିଛନ୍ତି । ତିନିମାସର ଦରମା ଦାବିରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିଛନ୍ତି ନର୍ସ । ଗତ ୨୦୧୪ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଜି.ଏନ.ଏମ ମାନେ ଗତ ଡିସେମ୍ବର ମାସରେ ରେଗୁଲାର ହୋଇଥିଲେ । ନିଜ ଜୀବନକୁ ବାଜି ରଖି କରୋନା ବିପକ୍ଷରେ ଲଢେଇ କରୁଥିବା ଏହି କୋଭିଡ ଯୋଦ୍ଧା ମାନେ ଗତ ତିନି ମାସ ହେଲା ଦରମା ପାଇ ନାହାନ୍ତି ବୋଲି ଜଣାପଡ଼ିଛି । କୋଭିଡ ସମୟରେ ବିନା ଦରମାରେ କାମ କରିବା ନର୍ସମାନଙ୍କ ପାଇଁ କଷ୍ଟକର ହେବାରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଦରମା ପ୍ରଦାନ ପାଇଁ ଜଣାଇଥିଲେ । କିନ୍ତୁ କେହି ନଶୁଣିବାରୁ ଆଜି ଶେଷରେ ହସପିଟାଲ ମ୍ୟାନେଜରଙ୍କୁ ଘେରାଉ କରିବା ସହ ହୋହାଲ୍ଲା କରିଥିଲେ ନର୍ସମାନେ । ଏପରିକି ହସପିଟାଲ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ଧାରଣାରେ ମଧ୍ୟ ବସିଛନ୍ତି । ତା ସହିତ ଏ.ଡି.ଏମ.ଓଙ୍କୁ ମଧ୍ୟ କିଛି ସମୟ ପାଇଁ ଘେରାଉ କରିଥିଲେ ଉତ୍ୟକ୍ତ ନର୍ସ । ତେବେ ପରିସ୍ଥିତିକୁ ନଜରରେ ରଖି ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି । ନର୍ସମାନେ ଆନ୍ଦୋଳନ କରୁଥିବାରୁ ଚିକିତ୍ସା ସେବାରେ ବାଧା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking