33.1 C
Bhubaneswar
Wednesday, April 24, 2024
Homeକରୋନାଆସନ୍ତା ସପ୍ତାହରୁ ବଜାରରେ ସ୍ପୁଟନିକ ଭି

ଆସନ୍ତା ସପ୍ତାହରୁ ବଜାରରେ ସ୍ପୁଟନିକ ଭି

ନୂଆଦିଲ୍ଲୀ:ବର୍ତ୍ତମାନ ଦେଶରେ ସଂକ୍ରମିତ ଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହୁଚି । ଏହାରି ମଧ୍ୟରେ ଭ୍ୟାକ୍ସିନ୍ ଅଭାବରୁ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ ପ୍ରାୟ ରାଜ୍ୟରେ ଆରମ୍ବ ହୋଇ ପାରୁନି । ଏଭଳି ସ୍ଥିତିରେ ଟିକାର ଫର୍ମୁଲା ଅନ୍ୟ କମ୍ପାନୀ ସହ ବାଣ୍ଟିବାକୁ ଅନେକ ରାଜ୍ୟ ଦାବି କରୁଛନ୍ତି । ଟିକା ସଂକଟ ସମୟରେ ଆସିଛି ଭଲ ଖବର । ରୁଷିଆରୁ ଆମଦାନୀ କରାଯାଇଥିବା ସ୍ପୁଟନିକ୍ ଭି ଭ୍ୟାକ୍ସିନ୍ ବଜାରରେ ମିଳିବ ବୋଲି ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭିକେ ପାଉଲ୍ ।
ସେ କହିଛନ୍ତି ରରୁଷିଆରୁ ଆମଦାନୀ ହୋଇଥିବା କୋଭିଡ୍ ଟିକା ‘ସ୍ପୁଟନିକ ଭି’ ବଜାରରେ ଆସନ୍ତା ସପ୍ତାହରୁ ଉପଲବ୍ଧ ହେବ । ଆହୁରି ଟିକା ଆମଦାନୀ କରାଯାଉଛି । ଜୁଲାଇ ସୁଦ୍ଧା ଭାରତରେ ‘ସ୍ପୁଟନିକ ଭି’ ଉତ୍ପାଦନ ଆରମ୍ଭ ହେବ । ୧୫.୬ କୋଟି ‘ସ୍ପୁଟନିକ ଭି’ ଟିକା ଉତ୍ପାଦନ ନେଇ ଲକ୍ଷ୍ୟ ରଖା ଯାଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking