37.1 C
Bhubaneswar
Sunday, May 5, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧକୀୱ ଏୟାରପୋର୍ଟ ନିକଟରେ ଋଷର ବଡ ଧମାକା, ଭୁଷୁଡିଲା ଅନେକ କୋଠା

କୀୱ ଏୟାରପୋର୍ଟ ନିକଟରେ ଋଷର ବଡ ଧମାକା, ଭୁଷୁଡିଲା ଅନେକ କୋଠା

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀ ବଡ ଘୋଷଣା କରିଛନ୍ତି । ସେ ୟୁକ୍ରେନ ଛାଡିବା ନେଇ ଆମେରିକା ଅଫରକୁ ଅଗ୍ରାହ କରିଦେଇଛନ୍ତି । ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ଆମକୁ ହତିଆର ଦରକାର  ନା କି ସବାରୀ । ଆଜି ଆମେରିକା ବାୟୁସେନାର ତିନୋଟି ବିମାନ ରୋମାନିଆ ଏୟାରପୋର୍ଟ ଉଡାଣ ଭରୁଥିବା ଦେଖାଯାଇଥିବା । ଏହି ବିମାନ ୩ ଘଣ୍ଟାରୁ ଅଧିକ ସମୟ ଧରି ଉଡାଣ ଭରିଥିଲା । ଏଥିରେ ପୋଲାଣ୍ଡ ଏୟାରପୋର୍ଟରେ ଇନ୍ଧନ ଭରୁଥିବା ବିମାନ ଅଛି । କୁହାଯାଉଛି ଯେ, ଏହି ବିମାନ ରେସ୍କ୍ୟୁ ପାଇଁ ଆମେରିକା ତରଫରୁ ପଠାଯାଇଥିଲା । ଋଷ ୟୁକ୍ରେନ ଯୁଦ୍ଧରେ କ୍ଲେମ ଓ କାଉଣ୍ଟର କ୍ଲେମ  କରାଯାଉଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀ କହିଛନ୍ତି, ୩ ଦିନର ଯୁଦ୍ଧରେ ତାଙ୍କର ୧୩୭ ନାଗରିକ ପ୍ରାଣ ହରାଇଲେଣି । ଏଥିରେ ୧୦ ସେନା ଅଧିକାରୀ ଅଛନ୍ତି । ୟୁକ୍ରେନ ସେନାର ଦାବି ଯେ, ସେମାନେ ୧୦୦୦ରୁ ଅଧିକ ଋଷ ସୈନିକଙ୍କୁ ମାରିଛନ୍ତି । ସେହିପରି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ, ସେମାନେ ୟୁକ୍ରେନର ୨୧୧ ସୈନଙ୍କ ଠିକଣଧ୍ନଷ୍ଟ କରିଛନ୍ତି । ଏପଟେ ୟୁକ୍ରେନର ଦାବି ଯେ ସେମାନେ ଋଷର ପ୍ରାୟ ୮୦ ଟ୍ୟାଙ୍କ, ୫୧୬ ଯୁଦ୍ଧ ଗାଡି, ୭ ହେଲିକପ୍ଟର, ୧୦ ଏୟାରକ୍ରାଫ୍ଟ ଓ ୨୦ କ୍ରୁଜ ମିସାଇଲ ଧ୍ୱଂସ କରିଛନ୍ତି । ୟୁକ୍ରେନ ରାଜଧାନୀ କୀୱରେ ଋଷ ଆକ୍ରମଣକୁ ଆହୁରି ଜୋରଦାର କରିଛି । କୀୱ ଏୟାରପୋର୍ଟ ନିକଟରେ ବହୁତ ବଡ ଧମାକା ହୋଇଛି । ଏହା ପୂର୍ବରୁ କୋନୋଟପ ରେ ଋଷ ଏୟାରକ୍ରାଫ୍ଟ ଧମାକା କରିଥିଲା । ଆଶଙ୍କା କରାଯାଉଛି ଯେ, ଖାରକୀୱ ଏୟାରପୋର୍ଟରେ ବି ଋଷ ହାମଲା କରିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking