30.1 C
Bhubaneswar
Sunday, May 5, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧବିସ୍ଫୋରଣ ପରେ ଅଶାନ୍ତ ରୋସ୍ତୋଭ; ସହର ଛାଡିଲେ ଲୋକେ: ସେନାକୁ ବଡ ନିର୍ଦ୍ଦେଶ ଦେଲେ ପୁଟିନ୍‌

ବିସ୍ଫୋରଣ ପରେ ଅଶାନ୍ତ ରୋସ୍ତୋଭ; ସହର ଛାଡିଲେ ଲୋକେ: ସେନାକୁ ବଡ ନିର୍ଦ୍ଦେଶ ଦେଲେ ପୁଟିନ୍‌

ହାଇଦ୍ରାବାଦ: ୟୁକ୍ରେନକୁ ପ୍ରଚଣ୍ଡ ଆକ୍ରମଣ କରି ସମଗ୍ର ବିଶ୍ୱକୁ ଚକିତ କରିଥିବା ଋଷରେ ଏବେ ସାମରିକ ବିଦ୍ରୋହର ପଦଧ୍ୱନୀ । ଋଷ ରାଷ୍ଟ୍ରପତିଙ୍କ ସମର୍ôଥତ ଏକ ଘରୋଇ ସେନା (ମିଲିସିଆ ଗୋଷ୍ଠୀ) ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ସାମରିକ ବିଦ୍ରୋହ ଆରମ୍ଭ କରିଛି । ପଶ୍ଚିମ ଋଷର କିଛି ସହର ସମେତ ଆର୍ମି କମାଣ୍ଡକୁ ନିୟନ୍ତ୍ରଣକୁ ନେଇ ସାରିଥିବା ଦାବି କରିଛି ଋଷର ଘରୋଇ ସେନା ‘ୱାଗନର୍ ଗ୍ରୁପ’ । ଏହାର ମୁଖ୍ୟ କମାଣ୍ଡର ୟେଭେଗେନି ପ୍ରିଗୋଜିନ୍ସ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସିଦ୍ଧା ଚ୍ୟାଲେଞ୍ଜ କରିବା ସହ ଯୁଦ୍ଧ ଡାକରା ଦେଇଛନ୍ତି ।

ଏପରି ସ୍ଥିତିରେ ଋଷର ରାଜଧାନୀ ମସ୍କୋର କ୍ରେମଲିନରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସମଗ୍ର ଋଷରେ ହାଇଆଲର୍ଟ ଜାରି ହେବା ସହ ରାଷ୍ଟ୍ରପତି ପୁଟିନ ଏହାକୁ ସିଧା ସଳଖ ଦେଶଦ୍ରୋହ ବୋଲି କହିଛନ୍ତି । ଏହା ପିଠି ପଛରେ ଆକ୍ରମଣ ବୋଲି ପୁଟିନ କହିବା ସହ ଏହାକୁ କଡା ଜବାବ ଦିଆଯିବା ନେଇ ଚେତାବନୀ ଦେଇଛନ୍ତି । ଋଷ ସେନା ବିଦ୍ରୋହୀ ‘ୱାଗନର୍ ଗ୍ରୁପ’ ବିରୋଧରେ ଏକ ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଶେଷ କରିସାରିଲାଣି । ଏହାରି ମଧ୍ୟରେ ସମଗ୍ର ବିଶ୍ୱର ନଜର ଋଷର ଏହି ସାମରିକ ବିଦ୍ରୋହ ଉପରେ ରହିଛି । କୌଣସି ସମୟରେ ଋଷର ଯେକୌଣସି ସହରରୁ ବଡ ଆକ୍ରମଣର ସୂଚନା ଆସିପାରେ । ସୋସିଆଲ ମିଡିଆରେ ଏହାର ଏକାଧିକ ଭିଡିଓ ଘୁରି ବୁଲୁଛି । ଋଷ ରାଜରାସ୍ତାରେ ଟ୍ୟାଙ୍କ ଓ ଫୋର୍ସ ବୁଲୁଛନ୍ତି । ତେବେ ଏହାକୁ ନେଇ ଋଷକୁ ଟାର୍ଗେଟ କରିଛି ୟୁକ୍ରେନ ।

ଫ୍ରାନ୍ସ, ପୋଲାଣ୍ଡ, ଆମେରିକା ପରି ଦେଶ ଏବେ ଋଷର ଏହି ସାମରିକ ବିଦ୍ରୋହର ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏବେ ପୁଟିନ ଶାସନ ପାଇଁ ଚରମ ବିପଦ ସୃଷ୍ଟି କରିଥିବା ଏହି ‘ୱାଗନର୍ ଗ୍ରୁପ୍‌’ ଏକ ଘରୋଇ ମିଲିସିଆ ସେନା । ଏହା ଋଷର ଜାତୀୟ ସେନାର ଅଂଶ ନୁହେଁ, ବରଂ ଏହା ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଏବଂ କେବଳ କ୍ରେମଲିନ ନିର୍ଦ୍ଦେଶରେ କାର୍ଯ୍ୟ କରିଥାଏ ବୋଲି ଚର୍ଚ୍ଚା ହେଉଛି । ଏହି ଘରୋଇ ସେନା ଏବେ ୟୁକ୍ରେନରେ ଋଷ ସେନାକୁ ସାହାଯ୍ୟ କରିବା ସହ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିଲା । ଏହା ଋଷର ଜାତୀୟ ସେନା ପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ମଧ୍ୟ । କମାଣ୍ଡର ୟେଭେଗେନି ପ୍ରିଗୋଜିନ୍ସ ଏହାର ନେତୃତ୍ୱ ନେଉଛନ୍ତି । ଏହି ଘରୋଇ ଆର୍ମିର ମୁଖ୍ୟ କମାଣ୍ଡର ୟେଭେଗେନି ପ୍ରିଗୋଜିନ୍ସ ପୁଟିନଙ୍କ ଖାସ ଅନୁଗତ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଘରୋଇ ମିଲିସିଆ ଗୋଷ୍ଠୀ ଏବେ ପୁଟିନ ଶାସନ ବିରୋଧରେ ପ୍ରତ୍ୟକ୍ଷ ଯଦ୍ଧ ଡାକରା ଦେଇଛି । ରାଷ୍ଟ୍ରପତି ପୁଟିନ ସ୍ଥିତି ନେଇ କଡା ନଜର ରଖିଥିବା ବେଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶ ମଧ୍ୟ ଦେଇସାରିଲେଣି । ଏହା ସିଧାସଳଖ ରାଷ୍ଟ୍ରଦୋହ ବୋଲି ପୁଟିନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking