29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା କଲେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ପତ୍ନୀ; କହିଲେ....

ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା କଲେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ପତ୍ନୀ; କହିଲେ….

ନୂଆଦିଲ୍ଲୀ: ଫେସବୁକ୍‌ରେ ଲାଇଭ୍ ଆସି ଝୁଲିପଡ଼ିଲେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ପତ୍ନୀ । ଜଣେ ୨୯ ବର୍ଷୀୟ ମହିଳା ଫେସବୁକ୍ ଲାଇଭ୍ ଆସି ଆତ୍ମହତ୍ୟା କରିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଗତ ବୁଧବାର ରାତିରେ ଘଟିଛି । ବର୍ତ୍ତମାନ ମୃତ ଇଞ୍ଜିନିୟର ପତ୍ନୀଙ୍କ ଆତ୍ମହତ୍ୟାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ମହିଳା ଜଣକ ଡିପ୍ରେସନରେ ଥିଲେ । ସେ ବିବାହ କରିବା ସହ ତାଙ୍କର ଏକ ତିନି ବର୍ଷର ପୁତ୍ର ସନ୍ତାନ ରହିଛି । ସଫ୍ଟୱେୟାର ଇଞ୍ଜିନିୟର ହେମନ୍ତ ପଟେଲଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ ସାନା ପଟେଲ ।

ବିବାହ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ହେଲେ ହେମାନ୍ତ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ । ଫଳରେ ଯାହାକୁ ନେଇ ସାନା ଉଦାସୀନତା ରହୁଥିଲେ । ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ମଧ୍ୟ ହେଉଥିଲା । ହେଲେ ମଙ୍ଗଳବାର ଦିନ ହେମନ୍ତ ସାନାଙ୍କୁ ଡାକି କୌଣସି କାରଣକୁ ନେଇ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ସାନା ଆତ୍ମହତ୍ୟା କରିବା ସହ ଶାଶୁଘର ପରିବାର ଉପରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗରେ ସେ କହିଛନ୍ତି, ହେମନ୍ତ ସାନାଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ହଇରାଣ କରାଯାଉଥିଲା । ଯାହାକୁ ନେଇ ପୋଲିସ ତଦନ୍ତ କରିବା ସହ ତାଙ୍କ ସ୍ୱାମୀ ଏବଂ ଶାଶୂଙ୍କ ବିରୋଧରେ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking