29.1 C
Bhubaneswar
Sunday, May 19, 2024
Homeଓଡିଶାହେରା ପଞ୍ଚମୀରେ ମା' ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିଲେ ନନ୍ଦିଘୋଷ ରଥ

ହେରା ପଞ୍ଚମୀରେ ମା’ ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିଲେ ନନ୍ଦିଘୋଷ ରଥ

ପୁରୀ : ଆଜି ପବିତ୍ର ହେରା ପଞ୍ଚମୀ ଶ୍ରୀ ଗୁଣ୍ଡିଚା ଯାତ୍ରା ର ପଞ୍ଚମ ଦିବସ ଷଷ୍ଠୀ ତିଥି। ଆଜି ହେଉଛି ବଡ଼ ଠାକୁରଙ୍କ ପରିବାରର ଲୀଳା ଯାହାଙ୍କ ପାଇଁ ଶ୍ରୀକ୍ଷେତ୍ରର ‘ଶ୍ରୀ’ ଆଜି ରୋଷ କରିଛନ୍ତି। ଶ୍ରୀମନ୍ଦିରରେ ଏକୁଟିଆ ସ୍ତ୍ରୀକୁ ଛାଡ଼ି ଭାଇ ଭଉଣୀକୁ ଘେନି କାଳିଆ ଠାକୁର ଚାଲି ଆସିଛନ୍ତି ନିଜ ଜନ୍ମ ବେଦୀକୁ। ବଡ଼ଦେଉଳର ଅଭିମାନିନୀ ମାଲିକାଣି ଏବଂ ମହାପ୍ରଭୁଙ୍କ ଆଜି ହୋଇଛି ମନବିୟ ଲିଳା। ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ। ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି। ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମା ଲକ୍ଷ୍ମୀ ସାଆନ୍ତାଣି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଗତକାଲି ବନକଲାଗି ହୋଇଛନ୍ତି।

ଶ୍ରୀମନ୍ଦିର ନୀତି ଅନୁଯାଇ ପ୍ରଥମେ ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନ ମାନେ ମାଜଣା କରିଥିଲେ। ପରେ ବନକ ଲାଗି, ପାଟ ଓ ଅଳଙ୍କାର ଲାଗି ହୋଇଥିଲା। ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ଦେଇଥିବା ପନ୍ତି ଭୋଗ କୁ ପୂଜାପଣ୍ଡା ଲାଗି କରିଥିଲେ। ଏହା ପରେ ମହାଜନ ମାନେ ଲକ୍ଷ୍ମୀଙ୍କୁ ନେଇ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ କରିଥିଲେ। ବିମାନବଡୁ ମାନେ ବିମାନ କାନ୍ଧେଇ, ଘଣ୍ଟ, କାହାଳୀ, ବାଜା, ଛତାର ଛତ୍ର ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘର ସାମନାରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ଠିଆ ହୋଇଥିଲେ। ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରିଥିଲେ। ତଥା ଘଷା ବିଡ଼ିଆ ଓ ଦହିପଟି ମଣୋହି ହୋଇଥିଲା। ଏ ମଧ୍ୟରେ ଗୁଣ୍ଡିଚା ଘରେ ତିନିବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସଂଧ୍ୟାଧୂପ ଉଠି ପୂଜାପଣ୍ଡା ପୂଜାରେ ବସିଥିଲେ।

ମା ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟ ବିଜୟ ଦ୍ୱାର ପାଖକୁ ଯାଇଥିଲେ। ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପ ଦୀପ ଦେଇ ଟେରା ପକାଇଥିଲେ। ପରେ ମା ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ୱାର ଦେଇ ତେନ୍ତୁଳି ଗଛ ପାଖରେ ରଖାଯାଇଥିଲା। ସେଠାରେ ଭିତରଚ୍ଛ ମହାପାତ୍ର ଗରାବଡ଼ୁଙ୍କ ଠାରୁ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି କରିଥିଲେ। ଏହା ପରେ ମା ଙ୍କର ବିମାନକୁ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇଥିଲା। ପ୍ରେମର ସୂଚକ ଭାବର ସୂଚକ ରୂପରେ ନନ୍ଦିଘୋସ ରଥର ହଂସ ପଟାରୁ ଗୋଟିଏ ଅଂଶ କୁ ସେବକଙ୍କ ଭିତରୁ ଜଣେ ଭାଙ୍ଗି ଦେବା ପରେ ହେରାଗୌରୀ ସାହି ଦେଇ ବଡ଼ ଦେଉଳକୁ ବିଜେ କରିଥିଲେ। ମା ଲକ୍ଷ୍ମୀ ଶ୍ରୀ ମନ୍ଦିରରୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହାଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିବାରେ ସଫଳ ହେବାପରେ ଏହାର ପରଦିନ ଅର୍ଥାତ ଆସନ୍ତାକାଲି ପ୍ରତ୍ୟାବର୍ତ୍ତନ ପାଇଁ ରଥକୁ ଦକ୍ଷିଣାଭିମୁଖି କରିବା ନିମନ୍ତେ ଆଦେଶ ଦିଆଯାଇଥାଏ। ଫଳରେ ହେରାପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ କରା ଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking