28.1 C
Bhubaneswar
Friday, April 26, 2024
Homeଓଡିଶାବଲାଙ୍ଗୀରରେ ୩୧ ତମ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ

ବଲାଙ୍ଗୀରରେ ୩୧ ତମ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ

ବଲାଙ୍ଗୀର,(ଦେବାଶିଷ ମିଶ୍ର) – ଦିନ କୁ ଦିନ ସଡକ ଦୁର୍ଘଟଣା ର ସଂଖ୍ୟା ବଢି ବଢି ଚାଲିଛି । ଏନସିଆରବି ରିର୍ପୋଟ ଅନୁସାରେ ଆମେ କେବଳ ଆମ ରାଜ୍ୟ କଥା ଚିନ୍ତା କଲେ, ଗତ ବର୍ଷ ୨୦୧୮ ରେ, ୨୦୧୭ ଅପେକ୍ଷା ଦୁର୍ଘଟଣା ସଂଖ୍ୟା ୨.୧% ବୃଦ୍ଧି ପାଇଛି । ଯାହା ୨୦୧୭ ରେ ହୋଇଥିବା ମୃତ୍ୟୁ ସଂଖ୍ୟା ୪୬୧୦ ରୁ ବଢି ଗତବର୍ଷ ୫୫୮୧ ରେ ପହଞ୍ଚିଛି ଯାହା ଅତ୍ୟନ୍ତ ଚିନ୍ତା ଜନକ । ସେହିପରି ହିଟ୍ ଏଣ୍ଡ ରନ୍ କେସ ରେ ମଧ୍ୟ ଓଡିଶାର ସ୍ଥାନ ସାରା ଦେଶରେ ଚତୁର୍ଥ । ଯାହା ବର୍ଷକୁ ୯.୯% ଦରରେ ବୃଦ୍ଧି ପାଉଛି । ଆହୁରି ମଧ୍ୟ ନିଶାସକ୍ତ ଅବସ୍ଥା ରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ରେ ବି ଓଡିଶା ସାରା ଦେଶ ରେ ଚତୁର୍ଥ । ଏନସିଆରବି ର ଏହି ରିପୋର୍ଟକୁ ଦେଖିଲେ , ମନେ ହୁଏ ଜନ ସଚେତନତା ତଥା ଟ୍ରାଫିକ ନିୟମର କଡାକଡି ପାଳନ ମାଧ୍ୟମ ରେ ହିଁ କେବଳ ଧନ ଜିବନ ହାନିକୁ ରୋକା ଯାଇ ପାରିବ ।
ଜନସାଧାରଣଙ୍କ ମଧ୍ୟରେ ସଚହେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ, ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ଙ୍କ ନେତୃତ୍ୱରେ ଆଜି ସଡ଼କ ସୁରକ୍ଷା ସଚେତନତା ସପ୍ତାହର ଶୁଭାରମ୍ଭ ହୋଇଛି । ଜାନୁୟାରୀ ୧୧ ତାରିଖରୁ ଆସନ୍ତା ୧୭୍ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ୩୧ ତମ ସଡକ ସୁରକ୍ଷା ସଚେତନତା ସପ୍ତାହର ଶୁଭାରମ୍ଭ ହୋଇଥିଲା ସଚେତନତା ଶୋଭାଯାତ୍ରାରୁ । ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରୁ ଏନ୍ସିସି ଛାତ୍ରଛାତ୍ରୀ, ସଚେତନ ନାଗରିକଙ୍କୁ ନେଇ ଏକ ଶୋଭାଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମୁଖ୍ୟ ଅତିଥି ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ । ସଚେତନତା ଶୋଭାଯାତ୍ରାଟି ସହର ପରିକ୍ରମା କରି କଳାମଣ୍ଡଳ ପଡିଆରେ ପହଂଚି ଶେଷ ହୋଇଥିଲା ଏକ ସଚେତନତା ସଭାରେ । ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କରଙ୍କ ସଭା ପରିଚାଳନା କ୍ରମେ ଏହି ସଭାରେ ମଂଚାସୀନ ହୋଇଥିଲେ ଜିଲ୍ଲାପାଳ ଅରବିନ୍ଦ ଡାକୁଆ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲିପ କୁମାର ପଟେଲ, ୧୧ ବାଟାଲିଆନ ଏନ୍ସିସି ସେକେଣ୍ଡ ଅଫିସର ବିଭୁ ପ୍ରସାଦ ୟାଦବ, ଅତିରିକ୍ତ ପରିବହନ ଅଧିକାରୀ ଲୋକନାଥ ମେହେର । ଶେଷରେ ଅତିରିକ୍ତ ଏମ୍ଭିଆଇ ହୃଷିକେଶ ନାଏକ ଧନ୍ୟବାଦ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking