43 C
Bhubaneswar
Tuesday, April 16, 2024
Homeଅପରାଧପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା

ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା

କଟକ : ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ତାଙ୍କୁ ବାହାହୋଇ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଯାହାକୁ ଏତେ ଭଲ ପାଉଥିଲେ, ଶେଷରେ ସିଏ ଧୋକା ଦେଲା। ୩ ବର୍ଷର ପ୍ରେମ ସମ୍ପର୍କକୁ ତୁଚ୍ଛ କରି ପ୍ରେମିକା ଆଉ ଜଣକୁ ଭଲ ପାଇଲେ। ଏହାକୁ ସହି ପାରିଲେ ନାହିଁ ପ୍ରେମିକ। ଶେଷରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ। ଆଉ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପ୍ରେମ ଓ ପ୍ରତାରଣାର କାହାଣୀ ମୋବାଇଲରେ ଭିଡିଓ ରେକଡିଂ କରିଥିଲେ। ସେଥିରେ ସେ କହିଥିଲେ- ଜୀବନର ପ୍ରଥମ ଥର ପାଇଁ ମୁଁ କହୁଛି, କେବେ କାହାକୁ ହାର୍ଟିଲି ଭଲ ପାଇବ ନାହିଁ ।
ଏହା ହେଉଛି ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରିଥିବା ଜଣେ ୨୩ ବର୍ଷୀୟ ଯୁବକଙ୍କର ଅଭିବ୍ୟକ୍ତି । ମୃତ୍ୟୁ ପୂର୍ବରୁ ସେ ନିଜର ଲାଇଭ ଭିଡିଓ କରି ଏପରି ଉପଦେଶ ଦେବା ସହ ସେ କାହିଁକି ଆତ୍ମହତ୍ୟା କରୁଛନ୍ତି ତାହା ଟ୍ରେନ ଲାଇନ କଡରେ ବସି ଲାଇଭ ଭିଡିଓ ସୁଟିଂ କରିଛନ୍ତି । ଆଉ ତାଙ୍କର ଏହି ଶେଷ ଅଭିବ୍ୟକ୍ତି ପରେ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛନ୍ତି । ଏମିତି ଏକ ଘଟଣା ଘଟିଛି କଟକ ଛତ୍ର ବଜ଼ାର ନିକଟ ଟ୍ରେନ ଲାଇନରେ ।
କଟକ ରାଉସାପାଟଣାର ମନୋଜ ସ୍ୱାଇଁଙ୍କ ବୟସ ୨୩ ବର୍ଷ ହେବ । ସେ ଦୀର୍ଘ ୩ ବର୍ଷ ହେଲା ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ମାତ୍ର ଯୁବତୀ ଜଣଙ୍କ ଗତ କିଛି ଦିନ ହେଲା ଅନ୍ୟଜଣେ ଯୁବକଙ୍କୁ ଭଲ ପାଇବା ସହ ତାଙ୍କ ସହିତ ବିବାହ ଠିକ ହୋଇଯାଇଛି । ଏଥିରେ ମୃତ ମନୋଜ ମ୍ରିୟମାଣ ହୋଇ ନିଜ ପ୍ରେମିକା ପାଖକୁ ଫୋନ କରିବା ପରେ ସେ ରୋକଠୋକ ମନା କରିବା ସହ ଜୀବନରୁ ଦୂରେଇ ଯିବାକୁ କହିଛି ।
ଏହା ପରେ ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ସୂଚନା ଥାଉକି ଯୁବକ ଜଣଙ୍କ ଗତ କାଲିଠାରୁ ଘରକୁ ଫେରି ନଥିଲେ । ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଟ୍ରେନ ଲାଇନ କଡରୁ ଉଦ୍ଧାର କରାଯାଇଛି । ତାଙ୍କ ନିକଟରୁ ମନୋଜଙ୍କର ମୋବାଇଲ ଉଦ୍ଧାର କରାଯାଇଛି । ମୋବାଇଲରେ ସେ ମୃତ୍ୟୁ ପୂର୍ବରୁ ଏହି ଲାଇଭ ଭିଡ଼ିଓ କରିଥିଲେ
ଆଉ ନିଜ ପ୍ରେମ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଝିଅର କଥାରେ ରାଜି ହୋଇ ପରିବାର ଲୋକେ ବାହାଘର ମଧ୍ୟ ସ୍ଥିର କରିଥିଲେ। କୌଣସି ସୂତ୍ରରୁ ଏ ସମ୍ପର୍କରେ ମନୋଜ ଜାଣିବାକୁ ପାଇଲେ। ଆଉ ତା’ପରେ ନିଜ ପ୍ରେମିକାକୁ ବହୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଚିହ୍ନି ନଥିବା କହିଥିଲେ। ମନୋଜକୁ ଥଟା କରି “ଟଙ୍କା ଯେଉଁଠି ମୁଁ(ଗେଣ୍ଡୁ) ସେଇଠି” କହିଥିଲେ। ଯେଉଁଥିପାଇଁ ମନୋଜ ନିଜର ମାନସିକ ଭାରସାମ୍ୟ ହରାଇଥିଲେ।
ପ୍ରେମିକାଠାରୁ ଧୋକା ପାଇବା ପରେ ମନୋଜ ଗତକାଲି ଟ୍ରେନ୍ ଲାଇନ୍କୁ ଯାଇଥିଲେ। ଆଉ ଟ୍ରାକ୍ ଉପରେ ଛିଡ଼ା ହୋଇ ନିଜ ଦୀର୍ଘ ଦିନ ପ୍ରେମ ସମ୍ପର୍କରେ ଭିଡିଓ ମୋବାଇଲ୍ ରେକଡିଂ କରିଥିଲେ। ଜୀବନରେ କେବେ କୌଣସି ଝିଅକୁ ହୃଦୟ ଦେଇ ବେଶୀ ଭଲ ନପାଇବାକୁ ମଡ଼ର୍ଣ୍ଣ ଯୁଗର ପ୍ରେମିକଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ତା’ପରେ ମନୋଜ ରୁମ୍କୁ ଫେରି ସୁଇସାଇଡାଲ୍ ନୋଟ୍ ଲେଖିବା ଅନୁମାନ କରାଯାଉଛି। ସେଥିରେ ମଧ୍ୟ ପ୍ରେମ, ଧୋକାର ଓ ବେଦନାର କାହାଣୀ ଛପି ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking