31.1 C
Bhubaneswar
Tuesday, May 7, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଦମ୍ପତୀଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଦମ୍ପତୀଙ୍କ ଜୀବନ

ଯାଜପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଯାଇଛି ଦମ୍ପତିଙ୍କ ଜୀବନ। ଅନାଥ ହୋଇଯାଇଛି ୮ ବର୍ଷର ଝିଅ। ତା’ ଅବସ୍ଥା ବି ଗୁରୁତର। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ନିକଟରେ। ମୃତାହତଙ୍କ ପରିଚୟ ମିଳିନି। ତେବେ ସେମାନେ କରଞ୍ଜିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଏକ ବାଇକ୍ ଯୋଗେ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ନେଉଳପୁର ଠାରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନିଆଯିବା ବାଟରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କର ୮ ବର୍ଷର ଝିଅର ଅବସ୍ଥା ଗୁରୁତର ଥିବା ବେଳେ ତାକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିଛି। ଖବର ପାଇ ଧର୍ମଶାଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking