30.1 C
Bhubaneswar
Tuesday, May 28, 2024
Homeଦେଶ ବିଦେଶବିଗ ବସ ରେ ନଜର ଆସିବେ ରିଆ

ବିଗ ବସ ରେ ନଜର ଆସିବେ ରିଆ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗତ ବର୍ଷ ଠାରୁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ସିନେ ଜଗତରେ । ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ନାଁ ବିବାଦ ଘେରକୁ ଟାଣି ହୋଇ ଯାଇଥିଲା । ତା ପରଠାରୁ ସେ କିଛି ନା କିଛି ରିଜିନ୍ କୁ ନେଇ ଚର୍ଚ୍ଚା ରେ ରହୁଛନ୍ତି । ତେବେ ନିକଟରେ ପୁଣି ଥରେ ରିଆଙ୍କୁ ନେଇ ଚର୍ଚ୍ଚା ହେଉଛି ବଲିଉଡରେ । ସେ ଏବେ ବି ଟାଉନ୍ ର ବିଗ୍ ଶୋ ବିଗ୍ ବସ୍-୧୫ରେ ନଜର ଆସିବାକୁ ଯାଉଛନ୍ତି ।

ସଲମାନ ଖାନ୍ ଙ୍କର ମୋଷ୍ଟ କଣ୍ଣ୍ରୋଭର୍ସିଆଲ ସୋ ବିଗ୍ ବସ୍ କୁ ନେଇ ଏବେ ଫ୍ୟାନ୍ସ ମାନେ ବେଶ୍ ଉତ୍ସାହିତ ରହିଛନ୍ତି । ଖାସ୍ କରି ସୋ ରେ ସବୁବେଳେ ବଲିଉଡର ସେଲିବ୍ରିଟି ମାନେ ନଜର ଆସୁଥିବାରୁ ଦର୍ଶକଙ୍କର ମନରେ କାଫି କ୍ରେଜ୍ ରହିଥାଏ ଏହି ସୋ ପ୍ରତି । ସେଥିପାଇଁ ଏବେ ଏହି ସୋ ଆରମ୍ଭ ହେବା ପୂର୍ବରୁ ହିଁ ସୋ ର ପ୍ରତିଯୋଗୀ ମାନଙ୍କ ବିଷୟରେ ଜାଣିବାକୁ ବେଶ୍ ଏକ୍ସସାଇଟେଡ୍ ରହିଛନ୍ତି ଦର୍ଶକ ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିଆ ବଡ ପରଦା ଠାରୁ ଦୂରେଇ ରହିଛନ୍ତି। ଏବେ କିନ୍ତୁ ସେ ଧୀରେ ଧୀରେ ଲାଇମ୍‌ ଲାଇଟ୍‌କୁ ଆସୁଛନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଚେହରେ’ ରିଲିଜ ହୋଇଛି। ଏଥିରେ ଅମିତାଭ ବଚ୍ଚନ, ଇମ୍ରାନ ହାସମୀ ସହ ସେ ନଜର ଆସିଥିଲେ। ରିଆ ଏବେ ନିଜ ଫିଲ୍ମି କ୍ୟାରିଅର ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking