31.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଶାହାଙ୍କୁ ଭେଟିଲେ ଅମରିନ୍ଦର

ଶାହାଙ୍କୁ ଭେଟିଲେ ଅମରିନ୍ଦର

ନୂଆଦିଲ୍ଲୀ : ପଞ୍ଜାବ ରାଜନୀତିରେ ଥମୁନି ବିବାଦ । ବାରମ୍ବାର ପଞ୍ଜାବରେ ଦେଖାଦେଉଛି ଦଳୀୟ କନ୍ଦଳ । ଏହାକୁ ସମାପ୍ତ କରିବା ପାଇଁ କଂଗ୍ରେସ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ ଏଥିରେ ସଫଳ ହୋଇପାରୁ ନାହାଁନ୍ତି । ଏହା ମଧ୍ୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଗୃହମନ୍ତ୍ରିଙ୍କୁ ଭେଟିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପୁଣି ଥରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି ।  ଆରମ୍ଭ ହୋଇଯାଇଛି ଅନେକ କଳ୍ପନାଜଳ୍ପନା । କ୍ୟାପଟେନ କଂଗ୍ରେସ ଛାଡ଼ି ବିଜେପିରେ ମିଶିବେ କି ? ନା ଚଳିତ ଥର ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପଞ୍ଜାବରେ ଲଢେଇ କରିବେ କି ? ବୋଲି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ବର୍ତ୍ତମାନ ଦେଖିବାର ବିଷୟ କ୍ୟାପଟେନ ହାତ ଛାଡ଼ି ପଦ୍ମ ଧରୁଛନ୍ତି କି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking