29.1 C
Bhubaneswar
Wednesday, May 1, 2024
Homeଓଡିଶାଓଲଟିଲା ଅଟୋ ; ୨୦ ଆହତ

ଓଲଟିଲା ଅଟୋ ; ୨୦ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶେରଗଡ ନିକଟସ୍ଥ କରଡାକରଣାରୁ କିଛି ଗ୍ରାମବାସୀ ମା ବାଙ୍କେଶ୍ୱରୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଘାଟିରେ ଏକ ଡାଲା ଅଟୋ ଓଲଟି ପଡିଛି । ଯାହା ଫଳରେ ୨୦ ଜଣ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ମାଙ୍କ ଦର୍ଶନ ସାରି ଅଟୋଟି ଫେରୁଥିବା ସମୟରେ ପ୍ରାୟ ୩୦ ଫୁଟ ତଳକୁ ଖସିପଡିଥିଲା । ଫଳରେ ୨୦ ଜଣ ଲୋକ ଆହତ ହୋଇଛନ୍ତି । ତେବେ ଘଟଣା ସ୍ଥଳରୁ ଆହତ ମାନଙ୍କୁ ଉଦ୍ଧାର କରିବା ସହ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଥିଲା । ଏବଂ ସେମାନଙ୍କ ମଧ୍ୟରୁ ଆଠ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ବ୍ରହ୍ନପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking