26.1 C
Bhubaneswar
Wednesday, May 8, 2024
HomeUncategorizedହୋଲିରେ ମଦୁଆ ସାବାଡ୍‌

ହୋଲିରେ ମଦୁଆ ସାବାଡ୍‌

ଭୁବନେଶ୍ୱର:  ଆଜି ହେଉଛି ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇ ଭାଇଚାରାର ସମ୍ପର୍କ ବଢାଇବାକୁ ସମସ୍ତଙ୍କ ମନରେ ଉତ୍ସାହ ରହିଛି । ହେଲେ ହୋଲିରେ ମଦୁଆଙ୍କ ଉତ୍ପାତ ପାଇଁ କମିଶନରେଟ ପୋଲିସ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି । ଏଥିପାଇଁ ରାଜଧାନୀ ଭୁବନେଶ୍ୱରକୁ ଜଗିଛନ୍ତି ୧୬ ପ୍ଲାଟୁନ ଫୋର୍ସ । ଆଉ ୨୮ଟି ଜାଗାରେ ନାକାବନ୍ଦୀ ମଧ୍ୟ କରାଯାଇଛି । ଏନେଇ ଡିସିପି ଅନୁପ ସାହୁ ସୂଚନା ପ୍ରଦାନ କରିଛନ୍ତି । ହେଲେ ନିରାପଦ ହୋଲି ସେଲିବ୍ରେସନ ପାଇଁ ବିଭିନ୍ନ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।
ରାଜଧାନୀର ବିଭିନ୍ନ ସ୍ଥାନରେ ସୁରକ୍ଷା ପାଇଁ ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି । ଏହାସହ ୧୭ଟି ଭ୍ୟାନ୍ ପାଟ୍ରୋଲିଂ କରୁଛନ୍ତି । ୨୮ଟି ସ୍ଥାନରେ ଜୋରଦାର ଚେକିଂ ମଧ୍ୟ ଜୋରଦାର କରାଯାଇଛି । ଦ୍ରୁତ ଗାଡ଼ି ଚାଳନା ଓ ମଦ୍ୟପ ଚାଳକଙ୍କ ଉପରେ ପୋଲିସ ନଜର ରଖିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ।
https://onakhabar.com/2020/03/09/petrol-diesel-price-a-sharp-drop-in-petrol-and-diesel-due-to-the-heavy-fall-in-crude-oil/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking