34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶରହସ୍ୟମୟ ସମୁଦ୍ର ‘ଡେଡ୍ ସି’

ରହସ୍ୟମୟ ସମୁଦ୍ର ‘ଡେଡ୍ ସି’

ଭୁବନେଶ୍ୱର :  ଏମିତି ଏକ ସମୁଦ୍ର ଯେଉଁଠି ଆପଣ ଚାହିଁ ବି ବୁଡି ପାରିବେନି ଯାହାକୁ ‘ଡେଡ଼ ସି’ କୁହାଯାଏ  । ଏହି ରହସ୍ୟମୟ ସମୁଦ୍ର ଜର୍ଦାନ୍ ଏବଂ ଇସ୍ରାଏଲ୍ ଏହି ଦୁଇ ଦେଶର ମଧ୍ୟ ଭାଗରେ ଅବସ୍ଥିତ । ଏହି ସମୁଦ୍ରକୁ ‘ଡେଡ୍ ସି’ ବୋଲି ମଧ୍ୟ କୁହାଯାଇଥାଏ । ଏହା ସମୁଦ୍ରର ସବୁଠୁ ଗଭୀର ସ୍ଥାନ ଭାବେ ପ୍ରସିଦ୍ଧ । ବାସ୍ତବରେ ‘ଡେଡ୍ ସି’ ସମୁଦ୍ର ପୃଥିବୀର ସର୍ବନିମ୍ନ ସ୍ଥାନରେ ରହିଛି । ଅର୍ଥାତ ସମୁଦ୍ର ପତ୍ତନରୁ ପାଖା ପାଖି ୧୩୮୮ ଫୁଟ ତଳେ ରହିଛି । ଅଧିକ ଘନତ୍ଵ ପାଇଁ ଏହା ପରିଚିତ ।  ଏହା ସହିତ ଏହି ସମୁଦ୍ର ପାଖାପାଖି ୩ ଲକ୍ଷ ବର୍ଷ ପୁରୁଣା ଅଟେ । ଏହାର ଘନତା ଅଧିକ ହେବା କାରଣରୁ ଏଠାରେ ଜଳର ପ୍ରବାହ ତଳରୁ ଉପରକୁ ହୋଇଥାଏ । ‘ଡେଡ୍ ସି’ ସମୁଦ୍ରର ପାଣି ସବୁଠୁ ଅଧିକ ଲୁଣିଆ ଅଟେ । ତେବେ ପାଣିରେ ଲୁଣର ପରିମାଣ ସାଧାରଣରୁ ବହୁତ ଅଧିକ ଅଟେ । ତେଣୁ ଏଠାରେ ଢେଉ ଆସିଥିଲେ ମଧ୍ୟ ପାଣିରେ ଥିବା ଲୁଣର ଚାପ ଯୋଗୁଁ କେହିବି ବୁଡ଼ନ୍ତି ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୁଦ୍ର ପାଣି ଅତ୍ୟଧିକ ଲୁଣିଆ ହୋଇଥିବାରୁ ଏଠାରେ କୌଶସି ଜୀବ ବଞ୍ଚିବା ସମ୍ଭବ ହୋଇନଥାଏ । ତେଣୁ ଏହି ସମୁଦ୍ରରେ ଆପଣଙ୍କୁ ଗୋଟିଏ ବି ମାଛ ଦେଖିବାକୁ ମିଳିନଥାଏ । ମାଛ ତ ଦୂରର କଥା ଏଠାରେ ଆପଣ କୌଣସି ପ୍ରକାର ସାମୁଦ୍ରିକ ଗଛ କିମ୍ବା ଘାସ ମଧ୍ୟ ଦେଖିବାକୁ ମିଳିନଥାଏ । ଏହା ସହିତ ଏହି ସମୁଦ୍ର ପାଣିରେ ପୋଟାସିଅମ୍‌, ବ୍ରୋମାଇଟ୍‌, ଜିଙ୍କ୍‌, ସଲଫର୍‌, ମ୍ୟାଗ୍ନେସିଅମ୍‌, ଏବଂ କ୍ୟାଲ୍‌ସିଅମ୍ ଭଳି ମିନେରାଲ୍ସ ଅଧିକ ମାତ୍ରାରେ ଥିବାରୁ ଏଥିରେ ଥିବା ଲୁଣକୁ ବ୍ୟବହାର କରାଯାଇପାରେ ନାହିଁ । ବୈଜ୍ଞାନିକମାନଙ୍କ କହିବା ଅନୁସାରେ ‘ଡେଡ୍ ସି’ର ଲୁଣି ପାଣି ପୁରା ବିଶ୍ୱରେ ପ୍ରସିଦ୍ଧ । ଏହାର ପାଣି ଅନ୍ୟ ସମୁଦ୍ର ଠାରୁ ୩୩ ପ୍ରତିଶତ ଅଧିକ ଲୁଣିଆ । ଏହି କାରଣରୁ ଏଠାରେ ଗାଧୋଇବା ଫଳରେ ଅନେକ ରୋଗ ଭଲ ହୋଇଯାଇଥାଏ । କେବଳ ଏତିକି ନୁହେଁ ଏହି ସମୁଦ୍ରର ମାଟିରୁ ଅନେକ ବ୍ୟୁଟି ପ୍ରଡକ୍ସ ମଧ୍ୟ ତିଆରି କରାଯାଏ । ତେବେ ଏଠାକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଆଉ ଏଠାରେ ଗାଧୋଇବାର ମଜା ବିନା ବୁଡ଼ିୁବା ଡରରେ ଉଠାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking