37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶୟୁପିରେ ପୁଣି ବାଜିବ ଡିଜେ; ଲାଇସେନ୍ସ ଜରୁରୀ

ୟୁପିରେ ପୁଣି ବାଜିବ ଡିଜେ; ଲାଇସେନ୍ସ ଜରୁରୀ

ନୂଆଦିଲ୍ଲୀ: ୟୁପିରେ ଡିଜେ ବଜାଇବା ଉପରେ ଲାଗିଥିବା ରୋକ୍ କୁ ସୁପ୍ରିମକୋର୍ଟ ହଟାଇଛନ୍ତି । ୨୦୧୯ରେ ଆହ୍ଲାବାଦ ହାଇକୋର୍ଟ  ଡିଜେ ଶବ୍ଦ ର କାରଣ ବତାଇ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସୁପ୍ରିମକୋର୍ଟ ଆଜି କହିଥିଲେ, ଯେଉଁ ଆବେଦନ ଉପରେ ଆଦେଶ ଜାରି ହୋଇଛି, ସେଥିରେ ସେମିତି କିଛି ଦାବି ନଥିଲା । ଆବେଦନକର୍ତ୍ତା କେବଳ ଗୋଟିଏ ଅଂଚଳରେ ହେଉଥିବା ଧ୍ୱନି କଥା ରଖିଥିଲେ । ହେଲେ ହାଇକୋର୍ଟ ପୁରା ରାଜ୍ୟ ପାଇଁ ଆଦେଶ ଦେଇଥିଲେ । ଏମିତି କରିବା ସମୟରେ ପ୍ରଭାବିତ ପକ୍ଷକୁ ବି ଶୁଣାଯାଇନଥିଲା । ଅଗଷ୍ଟ ୨୦୧୯ରେ ଆହ୍ଲାବାଦ ହାଇକୋର୍ଟ  ପ୍ରୟାଗରାଜ ହାଶିମପୁର ଅଂଚଳର ସୁଶୀଲ ଚନ୍ଦ୍ର ଶ୍ରୀବାସ୍ତବ ଙ୍କ ଆବେଦନ ଉପରେ ଧ୍ୱନି ପ୍ରଦୂଷଣ ନେଇ କଡା ନିର୍ଦ୍ଦେଶ  ଦେଇଥିଲେ । ଆବେଦନକର୍ତ୍ତା ବୋଲବମ ଯାତ୍ରା ମଧ୍ୟରେ ନିଜ ଘର ପାଖରେ ଲଗାଯାଇଥିବା ଏକ ଏଲସିଡି ମାମଲା କୋର୍ଟରେ ରଖିଥିଲେ । ଏହା କହିଥିଲେ ଯେ, ସକାଳ ୪ଟାରୁ ୧୨ଟା ଯାଏଁ ଏହା ବାଜୁଥାଏ । ଏହାଦ୍ୱାରା ତାଙ୍କର ୮୫ ବର୍ଷୀୟା ମା ବିରକ୍ତ ହୋଇଯାଆନ୍ତି । ପରେ ହାଇକୋର୍ଟ ନିଜପଟୁ ଏହାକୁ ବିସ୍ତୃତ କରି ସାରା ରାଜ୍ୟ ପାଇଁ ଆଦେଶ ଦେଇଥିଲେ । ଡିଜେକୁ କାନ ପାଇଁ କ୍ଷତିକାରକ ଓ  ଲୋକଙ୍କ ପାଇଁ ବିରକ୍ତିକର କହି ସମସ୍ତ ଜିଲ୍ଲାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଏଥିପାଇଁ ସେମାନେ ଲାଇସେନ୍ସ ନ ଦିଅନ୍ତୁ । ବିନା ଲାଇସେନ୍ସରେ ବଜାଉଥିବା ବ୍ୟକ୍ତିଙ୍କ ପ୍ରତି  ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking