41.1 C
Bhubaneswar
Sunday, April 28, 2024
Homeବିଜିନେସ୍ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷଙ୍କ ଇସ୍ତଫା

ନୂଆଦିଲ୍ଲୀ: ଅନେକ ଦେଶର ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମଲପାସ ଇସ୍ତଫା ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ ନୀତିକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବୋଇଡେନଙ୍କ ପ୍ରଶାସନ ସହ ମତାନ୍ତର ଯୋଗୁ ଇସ୍ତଫା ଦେଉଥିବା ନେଇ ମଲପାସ ଘୋଷଣା କରିଛନ୍ତି । ୫ ବର୍ଷର କାର୍ଯ୍ୟକାଳ ସରିବାର ୧୦ ମାସ ପୂର୍ବରୁ ଜୁନରେ ଅନ୍ତରାଷ୍ଟ୍ରୀୟ ବିକାଶ ସଂସ୍ଥା ଛାଡ଼ିଦେବେ ବୋଲି ମାଲପାସ କହିଛନ୍ତି । ସୂଚନାଯୋଗ୍ୟ, ବିଶ୍ୱ ବ୍ୟାଙ୍କର ମୁଖ୍ୟ ନିଯୁକ୍ତ କରିବା ଆମେରିକା ରାଷ୍ଟ୍ରପତିଙ୍କ ବିଶେଷାଧିକାର । ମାଲପାସଙ୍କ ଉତ୍ତରାଧିକାରୀଙ୍କୁ ବାଇଡେନ ନିଯୁକ୍ତି ପ୍ରଦାନ କରିବେ । ମଲପାସ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଖୁବ୍ ନିକଟତର ଥିଲେ । ଟ୍ରମ୍ପଙ୍କ ୨୦୧୬ ନିର୍ବାଚନ ଅଭିଯାନରେ ମାଲପାସ କାମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking