29.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶପୁଣି ଭୂକମ୍ପରେ ଥରିଲା ସିରିଆ

ପୁଣି ଭୂକମ୍ପରେ ଥରିଲା ସିରିଆ

ଦମ୍ମାସକସ: ପୁଣି ଭୂକମ୍ପରେ ଥରିଲା ସିରିଆ । ଗୁରୁବାର ବିଳମ୍ବିତ ରାତିରେ ସିରିଆର ଇଡଲିବ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ମ୍ୟାଗ୍ନିଚ୍ୟୁଟ ରେକର୍ଡ କରାଯାଇଛି । ଏନେଇ ସିରିଆ ଜାତୀୟ ଭୂକମ୍ପ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି । ନିକଟରେ ଗତ ଫେବୃଆରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ଭୂକମ୍ପ ହୋଇଥିଲା । ନୁରଦଗୀରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି କରାଯାଇଥିଲା । ଏହାପରେ ମଧ୍ୟ ତୁର୍କୀରେ ବାରମ୍ବାର ଭୂକମ୍ପ ଝଟକା ଲାଗିଥିଲା । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ତୁର୍କୀ ଓ ସିରିଆରେ ମୋଟ ମୃତ୍ୟୁ ସଂଖ୍ୟା ୪୧ ହଜାର ପାର କରିଛି । ଉଦ୍ଧାର ସମୟର ଅନେକ ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି । ଭୂକମ୍ପ ପରେ ବିଶ୍ବର ଅନେକ ଦେଶ ତୁର୍କୀକୁ ସହାୟତାର ହାତ ବଢାଇଛନ୍ତି । ଭାରତ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking