33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜଣାଶୁଣା ରୋଷେୟା ତଥା ଚଳଚ୍ଚିତ୍ର ନିର୍ମାତା ଏମ ଭି ନୌଶାଦଙ୍କ ଦେହାନ୍ତ

ଜଣାଶୁଣା ରୋଷେୟା ତଥା ଚଳଚ୍ଚିତ୍ର ନିର୍ମାତା ଏମ ଭି ନୌଶାଦଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଜଣାଶୁଣା ରୋଷେୟା ତଥା ମାଲାୟାଲମ୍ ଫିଲ୍ମ ନିର୍ମାତା ଏମ ଭି ନୌଶାଦଙ୍କ ପରଲୋକ ହୋଇଯାଇଛି । ପତନମତିଟ୍ଟାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ଯେ ନୌଶାଦ କିପରି ତାଙ୍କ ଟିଭି କାର୍ଯ୍ୟକ୍ରମ ମାଧ୍ୟମରେ କେରଳର ଲୋକଙ୍କୁ ବିଭିନ୍ନ ରୋଷେଇ ବିଷୟରେ ଅବଗତ କରାଉଥିଲେ । ନୌଶାଦ ମମୁଟି-ଷ୍ଟାରର୍ ‘କଜ୍ୱା’ ନିର୍ମାଣ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ପରେ ସେ ‘ଚତମ୍ବି ନାଡୁ’, ‘ଲାୟନ’, ‘ବେଷ୍ଟ ଆକ୍ଟର୍’ ଏବଂ ‘ସ୍ପାନିସ୍ ମସାଲା’ ଭଳି କିଛି ମନୋନୀତ ଫିଲ୍ମ ନିର୍ମାଣ କରିଥିଲେ।

ପ୍ରକାଶ ଯେ ସେ ପେଟ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ଗତ ୩ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେବ ସହ ରୋଗ ସହ ସଂଗ୍ରାମ ଜାରି ରଖିଥିଲେ । ତାଙ୍କ ପରିବାର ଏହା ପୂର୍ବରୁ ମଧ୍ୟ ଗଭୀର ଆଘାତରେ ଥିଲେ, ଯେତେବେଳେ ନୌଶାଦଙ୍କ ପତ୍ନୀ ଶିବା ଅଗଷ୍ଟ ୧୨ ରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଅଗ୍ରଣୀ ରେଷ୍ଟୁରାଣ୍ଟ ତଥା କ୍ୟାଟରିଂ ଗ୍ରୁପ୍ ‘ନୌଶାଦ ବିଗ୍ ସେଫ୍’ର ମାଲିକ ଥିବା ନୌଶାଦ ରାଜ୍ୟର ସେଲିବ୍ରିଟି ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଜଣାଶୁଣା ଥିଲେ। ନିକଟରେ ତାଙ୍କର ଜଣେ ବନ୍ଧୁଙ୍କ ଫେସବୁକ୍ ପୋଷ୍ଟ ପରେ ଲୋକମାନେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking