37.1 C
Bhubaneswar
Thursday, March 28, 2024
Homeମନୋରଞ୍ଜନପୁଣି ଘୁଞ୍ଚିଲା ବିଗ୍‌ ବଜେଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ରିଲିଜ ଡେଟ୍‌

ପୁଣି ଘୁଞ୍ଚିଲା ବିଗ୍‌ ବଜେଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ରିଲିଜ ଡେଟ୍‌

ହାଇଦ୍ରାବାଦ : ପୁଣି ଘୁଞ୍ଚିଲା ବିଗ୍‌ ବଜେଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ରିଲିଜ ଡେଟ୍‌ । ଦର୍ଶକଙ୍କୁ ଆହୁରି ପାଖାପାଖି ବର୍ଷେ ଅପେକ୍ଷା କରିବାକୁ ପଡିପାରେ। ଏନେଇ କୋଟି କୋଟି ଦର୍ଶକଙ୍କୁ ନିରାଶ କରିଛି । ଦୀର୍ଘ ଦିନ ହେବ ଚର୍ଚ୍ଚାରେ ଥିବା ବିଗ୍‌ ବଜେଟ୍‌ ‘ଆର୍‌ଆର୍‌ଆର୍‌’ ଫିଲ୍ମକୁ ନେଇ ଫ୍ୟାନ୍ସମାନେ ମଧ୍ୟ ବେଶ୍‌ ଏକ୍ସାଇଟେଡ୍‌। ଫିଲ୍ମରେ ସାଉଥ ସୁପରଷ୍ଟାର ରାମଚରଣ, ଜୁନିଅର ଏନ୍‌ଟିଆର୍‌, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ନଜର ଆସିବେ ।

ବାହୁବଳୀ ଫେମ୍‌ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମରେ ଦେଖିବାକୁ ମିଳିବ ଜୋରଦାର ଆକ୍ସନ। ପୂର୍ବରୁ ଫିଲ୍ମଟିକୁ ଚଳିତ ବର୍ଷ ଅକ୍ଟୋବର ୧୩ରେ ରିଲିଜ କରିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ନିର୍ଦ୍ଧାରିତ ତାରିଖରେ ଏହା ରିଲିଜ ହେବ ନାହିଁ। ଏଥିରେ ପରିବର୍ତ୍ତନ କରାଯାଇଛି। ପୁଣି ଥରେ ଫିଲ୍ମର ରିଲିଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି । ‘ଆର୍‌ଆର୍‌ଆର୍‌’ର ନୂଆ ରିଲିଜ ଡେଟ୍‌ ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ । ୨୦୨୨ରେ ଏହି ମଲ୍ଟି ଷ୍ଟାରର ଫିଲ୍ମଟି ପରଦାକୁ ଆସିବ ବୋଲି ଶୁଣିବାକୁ ମିଳିଛି । ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ସ୍ୱାଧୀନତା ସଂଗ୍ରାମୀ କୋମାରାମ ଭୀମ ଏବଂ ଅଲ୍ଲୁରୀ ସୀତାରାମରାଜୁଙ୍କ ଜୀବନୀ ସହ ଜଡିତ ଏକ କାଳ୍ପନିକ କାହାଣୀ ଉପରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଆଧାରିତ । ୪୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମଲୟାଲମ ଏବଂ କନ୍ନଡ ସମେତ ଅନ୍ୟ ଭାଷାରେ ମଧ୍ୟ ରିଲିଜ ହେବ।ପୁଣି ଘୁଞ୍ଚିଲା ‘ଆର୍‌ଆର୍‌ଆର୍‌’ର ରିଲିଜ ଡେଟ୍‌ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking