33.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଦେଶରେ ଗୋଟିଏ ଦିନରେ ରେକର୍ଡ ପାନ କୋଭିଡ ଟିକାକରଣ

ଦେଶରେ ଗୋଟିଏ ଦିନରେ ରେକର୍ଡ ପାନ କୋଭିଡ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ ଟିକାକରଣ କରାଯାଇଛି। ସୋମବାର ଦିନକ ମଧ୍ୟରେ ୮୮,୧୩,୯୧୯ ପାନ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୂଚନା ଦେଇଛନ୍ତି। ଦିନକରେ ଏତେ ପରିମାଣରେ ଟିକାକରଣରେ ଏହା ଏକ ରେକର୍ଡ ବୋଲି ସେ କହିଛନ୍ତି। ଏଥିସହିତ ଦେଶରେ ସୋମବାର ସଂଧ୍ୟା ସୁଦ୍ଧା ମୋଟ ୫୫.୪୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି। ଏଥିସହିତ ସେହି ସମୟ ସୁଦ୍ଧା ମୋଟ ୪୯.୬୬ କୋଟି କୋଭିଡ ନମୁନା ପରୀକ୍ଷା କରାଯାଇଛି। ସରକାର ଦେଶରେ କୋଭିଡ ନିୟନ୍ତଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ପରେ ମଧ୍ୟ ଜନସାଧାରଣ କୋଭିଡ ସମ୍ପର୍କିତ ସମସ୍ତ ନିୟମ କଡାକଡି ପାଳନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking