30.1 C
Bhubaneswar
Friday, May 17, 2024
Homeଓଡିଶାଭୁବନେଶ୍ୱରରେ ଭାରତୀୟ ହକି ଟିମ୍‌

ଭୁବନେଶ୍ୱରରେ ଭାରତୀୟ ହକି ଟିମ୍‌

ଭୁବନେଶ୍ୱର: ଅଲମ୍ପିକ୍ସରେ ଚମକୃତ ପ୍ରଦର୍ଶନ ପରେ ଭାରତୀୟ ହକି ଟିମ୍ ସମଗ୍ର ଦେଶ ବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇପାରିଛି । ଭାରତୀୟ ହକି ଟିମ୍‌କୁ ପ୍ରଧାନ ମନ୍ତ୍ରୀଙ୍କ ତରଫରୁ ମଧ୍ୟ ଅନେକ ସୁଭେଚ୍ଛା ଏବଂ ସୁଭକାମନା ମିଳିଛି । ଏହା ସହ ସ୍ୱାଧୀନତା ଦିବସରେ ମଧ୍ୟ ଲାଲ କିଲ୍ଲାରେ ଉପସ୍ଥିତ ରହିବାକୁ ଅନ୍ୟ ଭାରତୀୟ ଅଲମ୍ପିକ କ୍ରିଡ଼ାବିତ୍‌ଙ୍କ ସହ ହକି ଟିମ୍ କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଭାରତର ଜାତୀୟ ଖେଳ ହୋଇ ଭି ହକିକୁ ସେତିକି ଗୁରୁତ୍ୱ ଦିଆନଯାଉଥିବା କୁହାଯାଇଛି । ଅଲମ୍ପିକ୍ସରେ ଚମକୃତ ପ୍ରଦର୍ଶନ ପରେ ହକି ଖେଳକୁ ଭାରତରେ ଗୁରୁତ୍ୱ ଦିଆଯିବାକୁ ବିଭିନ୍ନ ପକ୍ଷରୁ କୁହାଯାଇଛି । ହକି ଖେଳକୁ ଅଧିକ ଗୁରୁତ୍ୱ ଦେଲେ ପରବର୍ତ୍ତୀ ଅଲମ୍ପିକ୍ସରେ ଭାରତୀୟ ହକି ଟିମ୍ ଆହୁରି ଭଲ ପ୍ରଦର୍ଶନ କରିପାରିବ ବୋଲି ବିଭିନ୍ନଞ୍ଚଜ୍ଞାନୀ ଲୋକ ମତ୍ତ ପ୍ରଦାନ କରିଛନ୍ତି । ପୁରୁଷ ଦଳ ୪୧ ବର୍ଷ ମଧ୍ୟରେ ହକିରେ ଭାରତର ପ୍ରଥମ ଅଲିମ୍ପିକ ପଦକ ଜିତିଥିବାବେଳେ ମହିଳା ଦଳ ବ୍ରୋଞ୍ଜ ପଦକକୁ ଉନ୍ନୀତ ହୋଇଥିଲେ ।

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଅଭିଯାନ ପରେ ଭାରତୀୟ ହକି ଟିମ୍ ଓଡ଼ିଶାରେ ପହଞ୍ଚିଛନ୍ତି । ଉଭୟ ପୁରୁଷ ଏବଂ ମହିଳା ହକି ଟିମ୍ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ଉଭୟ ଟିମ୍ କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି । ଅପରାହ୍ନରେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସମ୍ବର୍ନ୍ଧନା କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି । ଅଲମ୍ପିକ୍ସ ସଫଳତା ପାଇଁ ସମସ୍ତ ଖେଳାଳିଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିବେ । ୨୦୧୮ରୁ ଭାରତୀୟ ହକି ଟିମ୍ ରେ ପ୍ରାୟୋଜକ ରହିଛି ଓଡ଼ିଶା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking